www.samajalive.in
Wednesday, December 10, 2025
16.1 C
Bhubaneswar

ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେଲେ ମନ୍ତ୍ରୀଙ୍କ ପୁଅ

କେନ୍ଦୁଝରଗଡ଼/କେନ୍ଦୁଝର : ବିଭିନ୍ନ ସଙ୍ଗୀନ ମାମଲାର ଅଭିଯୁକ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ତଥା ଘସିପୁରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ଓରଫ ଟୁଟୁଙ୍କୁ ଘସିପୁରା ପୁଲିସ ସେପ୍ଟେମ୍ବର ୧୯ ତାରିଖ ରାତିରେ ଗିରଫ ପରେ ଜାମିନ ଆବେଦନ ହୋଇନପାରିବାରୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ଏହି ମାମଲାରେ ଗିରଫ ଅଭିଯୁକ୍ତ ଦେବାଶିଷଙ୍କୁ ୧୪ ଦିନ ପରେ ବୁଧବାର କୋର୍ଟରେ ହାଜର ପାଇଁ ପୂର୍ବରୁ ନୋଟିସ ହୋଇଥିବା ବେଳେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ସ୍ୱତନ୍ତ୍ର ଅଦାଲତ କେନ୍ଦୁଝର ବିଚାରପତିଙ୍କ ନିକଟରେ ହାଜର କରାଯାଇଥିଲା।
ତେବେ ଓକିଲ-ପୁଲିସ ବିବାଦ ଯୋଗୁଁ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରିମାଣ୍ଡ ଅବଧି ବୃଦ୍ଧି କରାଯାଇଥିବା ବିଶେଷସୂତ୍ରରୁ ଜଣାପଡିଛି। ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଜାମିନ ଆବେଦନର କୌଣସି ଶୁଣାଣୀ ହୋଇପାରୁ ନଥିବାରୁ ଗିରଫ ଅଭିଯୁକ୍ତ ଶ୍ରୀ ପାତ୍ର ପ୍ରିଜନ ପିଟିସନ ଯୋଗେ ନିଜେ ମାମଲାର ପକ୍ଷ ରଖିବାକୁ ଆବେଦନ କରିଥିଲେ। ତେବେ ମାନ୍ୟବର ଅଦାଲତ ଏହି ମାମଲାର ମଧ୍ୟ ଶୁଣାଣୀ କରି ଅକ୍ଟୋବର ୨୭ରେ ଆବେଦନକୁ ଖାରଜ କରି ଦେଇଥିଲେ। ସୂଚନାଯୋଗ୍ୟ ଯେ, ହାଇକୋର୍ଟର କର୍ତ୍ତବ୍ୟରତ ଜଣେ ଓକିଲଙ୍କୁ ପୁଲିସର ମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନଥିବାରୁ ରାଜ୍ୟବ୍ୟାପୀ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଗିରଫ ଅଭିଯୁକ୍ତ ପୁଅ ଦେବାଶିଷଙ୍କ ଜାମିନ ଆବେଦନ ଚିନ୍ତାକୁ ଦ୍ୱିଗୁଣିତ କରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories