www.samajalive.in
Friday, December 5, 2025
20.1 C
Bhubaneswar

ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ଲାଗୁ ହେବ ୧୯୯୨ ପେନସନ ନିୟମ !

କଟକ: ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଲାଗୁ ହେବ ୧୯୯୨ ପେନସନ ନିୟମ । କନିଷ୍ଠ ଅଧ୍ୟାପକ କ୍ଷେତ୍ରରେ ଏହି ନିୟମ ଲାଗୁ କରାଯିବା ନେଇ ଉଚ୍ଚ ନ୍ୟାୟଳୟ ରାୟ ଦେଇଛନ୍ତି । ପୁରୁଣା ପେନସନ ନିୟମ ଲାଗୁ ପାଇଁ ହୋଇଥିବା ଆବେଦନକୁ ଓଡ଼ିଶା ହାଇକୋର୍ଟ ସବୁଜ ସଂକେତ ଦେଇଛନ୍ତି । ଯାହାକୁ ନେଇ କନିଷ୍ଠ ଅଧ୍ୟାପକଙ୍କ କ୍ଷେତ୍ରରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

ସୂଚନା ମୁତାବକ ୨୦୦୨ ମସିହାରେ ଏମାନେ ନିଯୁକ୍ତି ପାଇଥିବା ବେଳେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ପୁରୁଣା ପେନସନ ନିୟମରେ ସଂଶୋଧନ କରିଥିଲେ ।  ଆଉ ନୂଆ ପେନସନ ନିୟମ ୨୦୦୫ ମସିହାରୁ ଲାଗୁ ହେବାନେଇ ନୋଟିସ୍‌ ଜାରି କରିଥିଲେ । ଏହାକୁ ବିରୋଧ କରି ହାଇକୋର୍ଟ​‌ରେ ପହଞ୍ଚିଥିଲେ ଆବେଦନକାରୀ ।

- Advertisement -

ନୂତନ ସଂଶୋଧନ ଆଇନ୍ ଆସିବ ପୂର୍ବରୁ ସେମାନେ ନିଯୁକ୍ତି ପାଇଥିବାରୁ ତେଣୁ ତାଙ୍କ ପକ୍ଷରେ ପୁରୁଣା ନିୟମ ଲାଗୁ କରିବାକୁ ସେ ମାନ୍ୟବର ନ୍ୟାୟାଳୟକୁ ଅନୁରୋଧ କରିଥିଲେ । ଆବେଦନକାରୀଙ୍କ ଅନୁରୋଧକୁ ବିଚାର କରି ଓଡ଼ିଶା ହାଇକୋର୍ଟ ସେମାନଙ୍କ ଯୁକ୍ତିକୁ ସ୍ୱିକୃତି ଦେଇଛନ୍ତି । କନିଷ୍ଠ ଅଧ୍ୟାପକଙ୍କ କ୍ଷେତ୍ରରେ ପୁରୁଣା ପେନସନ ନିୟମ ବା ଓଡ଼ିଶା ସିଭିଲ ସର୍ଭିସ୍‌ ପେନସନ ରୁଲ୍‌ ୧୯୯୨ ଲାଗୁକରିବାକୁ ନିର୍ଦେଶ ଦେଇଛନ୍ତି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories