ଗ୍ରୀଷ୍ମପ୍ରବାହରୁ ପିଲାଙ୍କୁ ମୁକ୍ତି ପାଇଁ ପଙ୍ଖା ବାଣ୍ଟିଲେ କର୍ପୋରେଟର
ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଗ୍ରୀଷ୍ମର ପ୍ରକୋପ ବଢ଼ିବାରେ ଲାଗିଛି। ସକାଳ ୯ଟା ପରରୁ ଘରୁ ବାହାରିବା ମଧ୍ୟ କଷ୍ଟ ହୋଇପଡୁଛି। ଅପରପକ୍ଷରେ ବର୍ତ୍ତମାନ ସ୍କୁଲରେ ପାଠପଢା ମଧ୍ୟ ଚାଲିଛି। ଗ୍ରୀଷ୍ମପ୍ରବାହରେ ଛାତ୍ରଛାତ୍ରୀଙ୍କ ପକ୍ଷେ ପାଠପଢିବାରେ ଅସୁବିଧା ହେଉଛି। ଏଭଳି ସମୟରେ ସହଯୋଗର ହାତ ବଢାଇଛନ୍ତି ବ୍ରହ୍ମପୁର ସହରର ୨୬ ନମ୍ବର ୱାର୍ଡର ଯୁବ କର୍ପୋରେଟର ଧୀରେଶ ସାବତ। ସେ ୨୬ ଏବଂ ୨୭ ନମ୍ବର ୱାର୍ଡରେ ଥିବା ୩ଟି ପ୍ରାଥମିକ ବିଦ୍ୟାଳୟକୁ ନିଜସ୍ୱ ଉଦ୍ୟମରେ ପଙ୍ଖା ବଣ୍ଟନ କରିଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଅଭିଭାବକ ମାନେ ଏଥିପାଇଁ ପାଇଁ କର୍ପୋରେଟର ଧୀରେଶଙ୍କୁ ପ୍ରଶଂସା କରିଛନ୍ତି।
Comments are closed.