www.samajalive.in
Saturday, December 13, 2025
23.1 C
Bhubaneswar

ବିକାଶ ମଞ୍ଚ ପକ୍ଷରୁ ସ୍ୱଚ୍ଛତା ରକ୍ଷା ପାଇଁ ସଚେତନତା

ଆଠଗଡ: ଆଠଗଡର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିକାଶ ମଞ୍ଚ  ପକ୍ଷରୁ ଇଚ୍ଛାପୁର ପଞ୍ଚାୟତର ଅଙ୍ଗନବାଡି କେନ୍ଦ୍ରଠାରେ ସ୍ୱଚ୍ଛତା ରକ୍ଷା ପାଇଁ ସଚେତନତା କରାଯିବା ସହ ସାନିଟାରୀ ନାପକିନ ବଣ୍ଟନ କରାଯାଇଥିଲା । ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ ଏଥିରେ ଯୋଗଦେଇ ମାସିକ ଋତୁସ୍ରାବ ଏକ ସ୍ୱଭାବିକ ପ୍ରକ୍ରିୟା ଏବଂ ଏହି ସମୟରେ ଝିଅ ଓ ମହିଳାମାନେ ସ୍ୱଚ୍ଛତା ରକ୍ଷା ସହିତ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ପଞ୍ଚାୟତର ବହୁ ମହିଳା ଓ କନ୍ୟାଙ୍କୁ ଏହି ଅବସରରେ ଶ୍ରୀ ବସ୍ତିଆ ସାନିଟାରୀ ନାପକିନ ବଣ୍ଟନ କରିଥିଲେ । ଇଚ୍ଛାପୁର ଗ୍ରାମର ବରିଷ୍ଠ ବ୍ୟକ୍ତି ଏବଂ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ବିକାଶ ମଞ୍ଚରେ ଏପରି ଜନହିତକର କାର୍ଯ୍ୟକୁ ପ୍ରଶଂସା କରିବା ସହ ସଭାପତି ଶ୍ରୀ ବସ୍ତିଆଙ୍କୁ କୃତଜ୍ଞତା ଜଣାଇଥିଲେ ।

Hot this week

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

ସମ୍ପାଦକୀୟ : ରାତ୍ରି ଆଶ୍ରୟସ୍ଥଳୀ

ଏକ ମୌଳିକ ଆବଶ୍ୟକତା ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ପୁଣି ଥରେ ଓଡ଼ିଶାର...

ନବମ ଶ୍ରେଣୀ ଛାତ୍ରଙ୍କଠୁ ବନ୍ଧୁକ ଜବତ

କେନ୍ଦ୍ରାପଡା : କେନ୍ଦ୍ରାପଡା କୁଦାନଗିରି ଥାନା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ...

Related Articles

Popular Categories