www.samajalive.in
Saturday, December 6, 2025
26.1 C
Bhubaneswar

ଆବୁଧାବିରେ ସଲମାନ୍

ନିଜ ଆଗାମୀ ଚଳଚ୍ଚିତ୍ର ‘ଭାରତ’ର ଶେଷ ପର୍ଯ୍ୟାୟ ସୁଟିଂରେ ବଲିଉଡର ସୁଲତାନ୍ ସଲମାନ୍ ଖୁବ୍ ବ୍ୟସ୍ତ ଅଛନ୍ତି। ଇଉରୋପର ବିଭିନ୍ନ ପ୍ରାନ୍ତ ପରେ ମୁମ୍ବଇରେ ସୁଟିଂ ଶେଷ କରି ଏବେ ପୂରା ଟିମ୍ ଆବୁଧାବିରେ ୯ଦିନିଆର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେଠାରେ କେତେକ ଆକ୍ସନ୍ ଦୃଶ୍ୟ ସୁଟିଂ ହେବ ବୋଲି ଜଣାପଡ଼ିଛି। ଅଭିନେତ୍ରୀ କ୍ୟାଟ୍ରିନା କେଫ୍ ମଧ୍ୟ ସଲମାନ୍‌ଙ୍କ ସହ ଯୋଗ ଦେଇଥିବାର ପ୍ରକାଶ। ଏହି ଚଳଚ୍ଚିତ୍ରର ସୁଟିଂ ପରେ ସଲମାନ୍ ୨ ମାସର ବିରତି ନେଇ ମା’ ସଲମା ଖାନ୍‌ଙ୍କ ମାଳଦ୍ବୀପ ଛୁଟି କାଟିବାକୁ ଯିବେ ବୋଲି ତାଙ୍କ ପରିବାରର ଜଣେ ସଦସ୍ୟ କହିଛନ୍ତି। ସଲମାନଙ୍କ ମା’ ଖୁବ୍ ଭ୍ରମଣପ୍ରିୟ। ପୁଅ ମଧ୍ୟ ମା’ଙ୍କ ଭଲମନ୍ଦ ବାବଦରେ ଖୁବ୍ ସଚେତନ। ବଲିଉଡର ଫାଷ୍ଟ ଲେଡି ଭାବେ ଜଣାଯାଉଥିବା କ୍ରିଷ୍ଣା ରାଜ୍ କପୁରଙ୍କ ମୃତ୍ୟୁରେ ସଲମାନ୍ ଶୋକ ପ୍ରକାଶ କରିବା ସହ ସେ ମୁମ୍ବଇରେ ନଥିବା କାରଣରୁ ତାଙ୍କ ବାପା ସଲିମ୍ ଖାନ୍ ଏଇ କାର୍ଯ୍ୟରେ ଯୋଗ ଦେଇଥିଲେ।

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories