ପାଉଁଶ ଡମ୍ପିଂକୁ ବିରୋଧ, କାମ ବନ୍ଦ କଲେ ଗ୍ରାମବାସୀ
ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକର ଅନ୍ୟତମ ଜୀବନ ରେଖା ବୋଲାଉଥିବା ଚିରସ୍ରୋତା ହରଡ ଯୋର୍ ପାର୍ଶ୍ବ ଏବଂ ସୂଖୁପଡ଼ା ଗାଁ ରୁ ପ୍ରାୟ ୫୦ମିଟର ଦୂରତାରେ କାରଖାନାରୁ ନିର୍ଗତ ବିଷାକ୍ତ ପାଉଁଶ ଡମ୍ପିଂ କରି ପାଉଁଶ ପାହାଡ ତିଆରି ପ୍ରକ୍ରିୟାକୁ ସୁଖୁପଡ଼ା ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ଆଜି ଗ୍ରାମବାସୀ ଏକତ୍ରିତ ହୋଇ ପାଉଁ ଡମ୍ପିଂ ବନ୍ଦ କରି ଦେଇଥିବାର ଜଣାପଡ଼ିଛି। ଚିରସ୍ରୋତା ହରଡ ଯୋର୍ ସୁଖୁପଡ଼ା, ନାଏକପଡ଼ା, ଗୌଡପଡ଼ା, ତବଡାବାହାଲ ଆଦି ଅଞ୍ଚଳବାସୀଙ୍କ ଜୀବନ ରେଖା ଅଟେ। ସ୍ନାନ ଶୌଚ ପାଇଁ ବର୍ଷ ସାରା ଅଞ୍ଚଳବାସୀ
ଏହି ଯୋର୍ ଉପରେ ନିର୍ଭର କରିବା ସହିତ ଯୋର୍ ତଟବର୍ତ୍ତୀ ଅଞ୍ଚଳରେ ଚାଷ ପାଇଁ ଏହି ଯୋରର ପାଣି ବ୍ୟବହାର କରିଥାନ୍ତି। ତେବେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କୁ ହାତବାରିସୀ କରି ପାଉଁଶ ବ୍ୟବସାୟୀମାନେ ହରଡ ଯୋର୍ ପାର୍ଶ୍ବରେ ଗତ କିଛି ଦିନ ହେଲା ପାଉଁଶ ଡମ୍ପିଂ କରି ପାଉଁଶ ପହାଡ ତିଆରି ପାଇଁ ଯୋଜନା କରିବା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପାଉଁଁଶ ଡମ୍ପିଂ କରାଗଲେ ହରଡ ଯୋର୍ ପୋତି ହେବା ସହିତ ଏହାର ଜଳ ଧାରଣ କ୍ଷମତା ହ୍ରାସ ପାଇ ଭବିଷ୍ୟତରେ ଏହାର ଅସ୍ତିତ୍ୱ ଲୋପ ପାଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ପାଉଁଶ ଡମ୍ପିଂ ଯୋଗୁଁ ଅଞ୍ଚଳ ପ୍ରଦୂଷିତ ହେବ ବୋଲି ମଧ୍ୟ ଅଭିଯୋଗ ହେଉଛି। ପାଉଁଶ ଡମ୍ପିଂ ପାଇଁ ଆବଶ୍ୟକ ପ୍ରଶାସନିକ ଅନୁମତି ଓ ପଞ୍ଚାୟତର ଏନ୍.ଓ.ସି ନଥାଇ ମନଇଚ୍ଛା ପାଉଁଶ ଡମ୍ପିଂ କରାଯାଉଛି ବୋଲି ଚର୍ଚ୍ଚା ହେରଛି।
ପ୍ରଦୂଷଣ ନିୟନ୍ତନ୍ତ୍ରଣ ବୋର୍ଡ, ଜିଲ୍ଲା ପ୍ରଶାସନ କିମ୍ବା ସ୍ଥାନିୟ ପ୍ରଶାସନ ଏଥିପ୍ରତି କିପରି ନିଘା ନାହିଁ ବୋଲି ସଚେତନ ମହଲରେ ପ୍ରଶ୍ନ ହେଉଛି। ଉଲ୍ଲେଖଯୋଗ୍ୟ ଯେ ୨ବର୍ଷ ପୂର୍ବରୁ ହରଡ ଯୋର ପାର୍ଶ୍ବରେ ଏଭଲି ପାଉଁଶ ଡମ୍ପିଂ କରାଯାଉଥିବା ବେଳେ ଅଞ୍ଚଳର ଜନସାଧାରଣ ତୀବ୍ର ବିରୋଧ କରିବାରୁ ପାଉଁଶ ଡମ୍ପିଂ ବନ୍ଦ ହୋଇଥିଲା। ଏବେ ପୁଣି ପାଉଁଶ ଡମ୍ପିଂ ଆରମ୍ଭ ହୋଇଥିବାରୁ ଗ୍ରାମବାସୀ ବିରୋଧ କରିଛନ୍ତି। ସରକାର ପ୍ରାକୃତିକ ନଦୀ, ନାଳ, ଯୋର୍ ଆଦିର ସୁରକ୍ଷା ପାଇଁ ଗୁରୁତ୍ୱ ଦେଉଥିବା ବେଳେ ହରଡ ଯୋର ଭଲି ଏକ ଚିରସ୍ରୋତା ଜଳ ଉତ୍ସ ପାର୍ଶ୍ବରେ କାରଖାନାର ପାଉଁଶ ଡମ୍ପିଂ କରାଯିବା କେତେଦୂର ସମୀଚୀନ ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ତହସିଲଦାର ଏବଂ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଦୃଢ କାର୍ଯାନୁଷ୍ଟାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବୀ ହେଉଛି।
Comments are closed.