www.samajalive.in
Saturday, December 13, 2025
26.1 C
Bhubaneswar

ଆଠଗଡରେ ବିଏସଏନଏଲ ଟେଲିଫୋନ ସେବା ଦିଗହରା

ଆଠଗଡ : ଆଧୁନିକ ଯୋଗାଯୋଗର ମୁଖ୍ୟ ମାଧ୍ୟମ ଏବେ ମୋବାଇଲ ଓ ଇଣ୍ଟରନେଟ ସେବା ହୋଇଥିବାବେଳେ ଭାରତବର୍ଷରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ଏନଡିଏ ସରକାର ଡିଜିଟାଲ ସେବାକୁ ସବୁଠାରୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ତେବେ ସରକାରଙ୍କ ଦ୍ୱାରା ପରିଚାଳିତ ଭାରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ)ର ମୋବାଇଲ ଓ ଇଣ୍ଟରନେଟ ସେବା ଅତ୍ୟନ୍ତ ନିକୃଷ୍ଟ ହୋଇଥିବା ଦେଖିବାକୁ ମିଳୁଛି । ବିଶେଷକରି ଆଠଗଡ ଉପଖଣ୍ଡରେ ବିଏସଏନଏଲ ଟେଲି ଯୋଗାଯୋଗ ସେବା ସଂପୂର୍ଣ୍ଣ ଦିଗହରା ହୋଇପଡିଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ବାଧ୍ୟହୋଇ ଅଧିକାଂଶ ଉପଭୋକ୍ତା ବିଏସଏନଏଲ ସେବାରୁ ମୁହଁ ଫେରାଇନେଇ ଘରୋଇ ଟେଲି ଯୋଗାଯୋଗ କମ୍ପାନୀର ସେବା ନେଉଛନ୍ତି । ଆଠଗଡ ସହରରେ ଥିବା ବିଏସଏନଏଲର ମୁଖ୍ୟ ଏକ୍ସଚେଞ୍ଜରେ କର୍ମଚାରୀ ଅଭାବ ଏବଂ କାର୍ଯ୍ୟରତ ବୈଷୟିକ ଅଧିକାରୀଙ୍କ ଅସହଯୋଗ ମନୋଭାବରୁ ଇଣ୍ଟରନେଟ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଫାଇବର କେବୁଲ ମାଧ୍ୟମରେ ଇଣ୍ଟରନେଟ ଅଧିକ ଗତିଶୀଳ ଥିବାରୁ ଅନେକ ଉପଭୋକ୍ତା ଏହି ସେବା ନେବା ପାଇଁ ଆଗ୍ରହୀ ଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ସେମାନଙ୍କୁ ଏହି ସେବା ଯୋଗାଇଦେବାରେ ବିଫଳ ହେଉଛନ୍ତି। ଆଠଗଡ ଏକ୍ସଚେଞ୍ଜରେ ପ୍ରକାଶ ଚନ୍ଦ୍ର ସାହୁ ନାମକ ଜଣେ ଜେଟିଓ ଏବଂ ଶୁଭେନ୍ଦୁ ପରିଡା କନିଷ୍ଠ ଯନ୍ତ୍ରୀ ଭାବେ ଓ ଜଣେମାତ୍ର କିରାଣୀ କାର୍ଯ୍ୟରତ ଅଛନ୍ତି। ଏଠାରେ ଜଣେ ହେଲେବି ସ୍ଥାୟୀ ବା ଅସ୍ଥାୟୀ ଲାଇନମ୍ୟାନ ନାହାଁନ୍ତି। ଆଠଗଡ ଦାୟିତ୍ୱରେ ଥିବା ବିଏସଏନଏଲର ଏସଡିଓ କଟକ ଓ ବାଙ୍କୀ ଦାୟିତ୍ୱରେ ରହିଥିବାରୁ ସେ କୌଣସି ସ୍ଥାନରେ ଉପଯୁକ୍ତ ସେବା ଦେଇପାରୁନାହାଁନ୍ତି। ଫାଇବର କେବୁଲ ଇଣ୍ଟରନେଟ ସେବା ପାଇଁ ଆବେଦନକାରୀଙ୍କୁ ଲାଇନ ସଂଯୋଗୀକରଣ କରି ଦିଗହରା ବା ପାଇଁ କଟକର ଗୋଟିଏ ଠିକାସଂସ୍ଥା ବିଏସଏନଏଲ ଦ୍ୱାରା ନିଯୁକ୍ତ ହୋଇଛନ୍ତି। ତେବେ ସଂପୃକ୍ତ ଠିକାସଂସ୍ଥା ଆଦୌ ଲୋକଙ୍କୁ ଫାଇବର କେବୁଲ ସଂଯୋଗ କରୁନାହାଁନ୍ତି । ଫଳରେ ମାସ ମାସ ଧରି ଉପଭୋକ୍ତା ଇଣ୍ଟରନେଟ ସଂଯୋଗ ପାଇଁ ଅପେକ୍ଷା କରି ବିତସ୍ପୃହ ହୋଇ ଅନ୍ୟ ଘରୋଇ କମ୍ପାନୀର ଇଣ୍ଟରନେଟ ସେବା ନେବାକୁ ବାଧ୍ୟ ହେଉଛନ୍ତି। ଆଠଗଡ ଉପଖଣ୍ଡର ତିଗିରିଆ, ନୂଆପାଟଣା, ବଡମ୍ବା, କାନପୁର, ନରସିଂହପୁର, ଗୁରୁଡିଝାଟିଆ ଓ ବାଙ୍କୀ ବ୍ଲକର ସୁବର୍ଣ୍ଣପୁର ଆଦି ସ୍ଥାନରେ ଥିବା ଛୋଟ ଏକ୍ସଚେଞ୍ଜ ଗୁଡିକ ଆଠଗଡ ଏକ୍ସଚେଞ୍ଜ ଅଧିନରେ ରହିଥିବାବେଳେ ସେ ସବୁ ଏକ୍ସଚେଞ୍ଜରେ ଜଣେ ଜଣେ ଅସ୍ଥାୟୀ କର୍ମଚାରୀ ଲାଇନମ୍ୟାନ ଭାବେ କାର୍ଯ୍ୟ କରୁଛନ୍ତି। ଫଳତଃ ସେ ସବୁ ଅଞ୍ଚଳରେ ମଧ୍ୟ ସବୁବେଳେ ଟେଲି ଯୋଗାଯୋଗ ବିଚ୍ଛିନ୍ନ ରହୁଥିବାରୁ ମରାମତି ଅତ୍ୟନ୍ତ ବିଳମ୍ବିତ ହେଉଛି। ଯାହାଦ୍ୱାରା ସାଧାରଣ ଲୋକ ଏବଂ ଏପରିକି ସରକାରୀ କାର୍ଯ୍ୟାଳୟ ଗୁଡିକ ବିଏସଏନଏଲ ଇଣ୍ଟରନେଟ ସେବାରୁ ଉପଭୋକ୍ତା ବଞ୍ଚିତ ହେଉଛନ୍ତି । ସରକାରଙ୍କ ଦ୍ୱାରା ପରିଚାଳିତ ବିଏସଏନଏଲ ଯୋଗାଯୋଗ ସେବା ପ୍ରତି ଲୋକଙ୍କର ଆସ୍ଥା ତୁଟିଯାଉଛି। ତେଣୁ ବିଏସଏନଏଲ ର ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ଆଠଗଡ ଅଞ୍ଚଳରେ ଫାଇବର କେବୁଲ ଇଣ୍ଟରନେଟ ସେବା ଉପଭୋକ୍ତାଙ୍କୁ ଯଥାଶୀଘ୍ର ଯୋଗାଇଦେବା ଓ ଏହାର ଉଚ୍ଚମାନ ରକ୍ଷା ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories