www.samajalive.in
Sunday, December 14, 2025
14.1 C
Bhubaneswar

ଅରମା ପଡିଆରେ ପରିଣତ ହେଲା ଆଦର୍ଶ ପୁଷ୍କରିଣୀ 

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଲଇଡା ଗ୍ରାମର ଆଦର୍ଶ ପୁଷ୍କରିଣୀ ଏକ ପଡ଼ିଆରେ ପରିଣତ ହୋଇଛି । ତ୍ରୁଟିପୂର୍ଣ୍ଣ ଯୋଜନା ଏବଂ କାର୍ଯ୍ୟର ସଠିକ୍‌ ରୂପାୟନର ଅଭାବ ଯୋଗୁ ଉକ୍ତ ଆଦର୍ଶ ପୁଷ୍କରିଣୀ ଦୀର୍ଘ ବର୍ଷ ହେଲା ଅନାବନା ଘାସ ଏବଂ ବିଭିନ୍ନ ପ୍ରକାର ଗଛ ବୁଦାରେ ପରିପୂର୍ଣ୍ଣ ହୋଇ ଅପନ୍ତରା ଅବସ୍ଥାରେ ଅରମା ପଡିଆରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି । ଏହି ପୁଷ୍କରିଣୀରେ ଗ୍ରୀଷ୍ମ ଋତୁରେ ପାଣି ରହିବା ତ ବହୁତ ଦୂରର କଥା ବର୍ଷା ଋତୁରେ ମଧ୍ୟ ବ୍ୟବହାର ଉପେଯାଗୀ ପାଣି ରହୁ ନାହିଁ  । ଲକ୍ଷାଧିକ ଟଙ୍କା ବ୍ୟୟରେ ତିଆରି ହୋଇଥିବା ଏହି ଆଦର୍ଶ ପୁଷ୍କରିଣୀ ଯେଉଁ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିଲା ଉକ୍ତ ଲକ୍ଷ୍ୟ ପୂରଣରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ସରକାରୀ ଅନୁଦାନ ମଧ୍ୟ ଅଯଥାରେ ଅପଚୟ ହେଲା ବୋଲି ଜନସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । କୌଣସି ସରକାରୀ ଯୋଜନାରେ ଅପନ୍ତରା ଏବଂ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିଥିବା ଏହି ପୁଷ୍କରିଣୀର ଜଳଧାରଣ କ୍ଷମତା ରହିବା ଭଳି ପୁନଃରୁଦ୍ଧାର କରାଗଲେ ଜନସାଧାରଣ ଉପକୃତ ହୋଇ ପାରନ୍ତେ ବୋଲି ମତ ପ୍ରକାଶ ପାଉଛି ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories