www.samajalive.in
Sunday, December 7, 2025
16.1 C
Bhubaneswar

ଦୀପକ ମିଶ୍ର ଓ ରଞ୍ଜନ ଗୋଗୋଇଙ୍କ ନିଜସ୍ୱ ଗାଡ଼ି ନାହିଁ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବିଦାୟୀ ପ୍ରଧାନ ବିଚାରପତି ଦୀପକ ମିଶ୍ର ଓ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନିଜସ୍ୱ ଗାଡ଼ି ନାହିଁ। ବିଚାରପତିଙ୍କ ସମ୍ପତ୍ତି ଘୋଷଣାନାମାରୁ ଏହା ଜଣାପଡ଼ିଛି।
ଶ୍ରୀ ମିଶ୍ର ୨୧ ବର୍ଷ ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିବା ବେଳେ ସେଥିରୁ ୧୪ ବର୍ଷ ହାଇକୋର୍ଟରେ କଟିଛି। ସେହିପରି ଜଷ୍ଟିସ ଗୋଗୋଇ ହାଇକୋର୍ଟ ବିଚାରପତି ଭାବେ ୧୭ ବର୍ଷ ଅତିବାହିତ କରିଛନ୍ତି। କିନ୍ତୁ ସେମାନଙ୍କର ମୋଟ ସମ୍ପତ୍ତି ଅନେକ ବରିଷ୍ଠ ଓକିଲଙ୍କ ସମ୍ପତ୍ତିଠାରୁ ମଧ୍ୟ କମ୍‍।
ଜଷ୍ଟିସ୍‍ ଗୋଗୋଇଙ୍କ ପାଖରେ ସୁନା ଗହଣା ଆଦୌ ନଥିବା ବେଳେ ତାଙ୍କ ପତ୍ନୀ ପିନ୍ଧୁଥିବା ଗହଣା ବିବାହ ବେଳେ ତାଙ୍କ ବାପଘର ଲୋକେ ଦେଇଥିଲେ। ଅପରପକ୍ଷରେ ଦୀପକ ମିଶ୍ରଙ୍କ ପାଖରେ ଦୁଇଟି ସୁନା ମୁଦି ଓ ଗୋଟିଏ ସୁନା ଚେନ୍‍ ଅଛି। ଶ୍ରୀମିଶ୍ରଙ୍କ ପତ୍ନୀଙ୍କ ପାଖରେ ଜଷ୍ଟିସ ଗୋଗୋଇଙ୍କ ପତ୍ନୀଙ୍କ ତୁଳନାରେ ସାମାନ୍ୟ ଅଧିକ ପରିମାଣର ଗହଣା ରହିଛି। ଜଷ୍ଟିସ ଗୋଗୋଇ ଓ ଶ୍ରୀମିଶ୍ରଙ୍କ କୌଣସି ବ୍ୟକ୍ତିଗତ ଗାଡ଼ି ନାହିଁ। ଗତ ଦୁଇ ଦଶନ୍ଧି ଧରି ସେମାନଙ୍କୁ ସରକାରୀ ଗାଡ଼ି ଯୋଗାଇ ଦିଆଯାଇଥିବାରୁ ସେମାନେ ବ୍ୟକ୍ତିଗତ ଗାଡ଼ିର ଆବଶ୍ୟକତା ଅନୁଭବ କରି ନଥିବା ଅନୁମାନ କରାଯାଉଛି। କିନ୍ତୁ ଦୁଇ ଜଣଙ୍କ କୌଣସି ସେୟାର ନାହିଁ।
ଜଷ୍ଟିସ ଗୋଗୋଇଙ୍କ କୌଣସି ଋଣ ନଥିବା ବେଳେ ଶ୍ରୀମିଶ୍ର ୨୨.୫ ଲକ୍ଷ ଟଙ୍କା ଏକ ବ୍ୟାଙ୍କରୁ ଋଣ ନେଇଛନ୍ତି। ଦିଲ୍ଲୀର ମୟୂର ବିହାରଠାରେ ଏକ ଫ୍ଲାଟ୍‍ କିଣିବା ପାଇଁ ଶ୍ରୀମିଶ୍ର ଏହି ଋଣ ନେଇଥିôବା ଜଣାପଡ଼ିଛି। ଶ୍ରୀମିଶ୍ରଙ୍କ କଟକଠାରେ ଆଉ ଏକ ଘର ରହିଛି।
ଜଷ୍ଟିସ ଗୋଗୋଇ ଓ ତାଙ୍କ ପତ୍ନୀଙ୍କ ବ୍ୟାଙ୍କ ଜମା ଓ ଏଲିଆଇସି ପଲିସି ମୂଲ୍ୟ ୩୦ ଲକ୍ଷ ଟଙ୍କା ହୋଇଥିବା ବେଳେ ୧୯୯୯ରେ ସେ ଗୌହ୍ୱାଟୀର ବେଲ୍‍ଟୋଲାଠାରେ କିଣିଥିବା ଏକ ଜମିକୁ ୬୫ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ୨୦୧୫ ଜୁନ୍‍ରେ ଜଷ୍ଟିସ ଗୋଗୋଇଙ୍କ ମା’ ଏକ ଜମି ହସ୍ତାନ୍ତର କରିଛନ୍ତି।
ଅପରପକ୍ଷରେ ସୁପ୍ରିମକୋର୍ଟର ଜଣେ ଜଣେ ବରିଷ୍ଠ ଓକିଲ୍‍ଙ୍କ ମାସିକ ଆୟ କାହିଁ କେତେଶହଗୁଣ ଅଧିକ। ଏପରିକି ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ ଦିନକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଜଣାଯାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories