www.samajalive.in
Friday, December 12, 2025
16.1 C
Bhubaneswar

ଜୁଆ ଆଡ୍ଡାରେ ଚଢ଼ାଉ: ୩ ଜୁଆଡ଼ି ଗିରଫ, ଦୁଇ ବାଇକ ଓ ନଗଦ ୩ଲକ୍ଷ ୮୮ହଜାର ଜବତ

ଚିକିଟି: କେ. ନୂଆଗାଁ ଥାନା ଅନ୍ତର୍ଗତ ଧାନଘର ଫାଣ୍ଡି ଇଲାକା ମେଣ୍ଟାଗାଁ ଜଙ୍ଗଲରେ ଦୀର୍ଘ ମାସ ଧରି ଚାଲିଥିବା ଜୁଆ ଅଡ୍ଡାର ଜୁଆଡ଼ିଙ୍କୁ ଧରିବାରେ ଶେଷରେ ପୁଲିସ ଆଂଶିକ ସଫଳ ହୋଇଛି। ବ୍ରହ୍ମପୁର ଏସପି ଶ୍ରବଣ ବିବେକଙ୍କ ନିର୍ଦେଶକ୍ରମେ କେ. ନୂଆଗାଁ ଥାନା ଏଏସଆଇ ସୁରେଶ ମୁର୍ମୁଙ୍କ ନେତୃତ୍ୱରେ ଗତ ରାତିରେ ସାଧା ପୋଷାକରେ ଏକ ଟିମ ଉକ୍ତ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ପୁଲିସ ସେଠାରୁ ତିନି ଜୁଆଡିଙ୍କୁ ଧରିବା ସହ ଜୁଆ ଆଡ୍ଡାରୁ ଦୁଇ ଗୋଟି ବାଇକ, ନଗଦ ୩ ଲକ୍ଷ ୮୮ ହଜାର ଟଙ୍କା ଜବତ କରିଛି। ଆଜି ୩ ଜୁଆଡ଼ିଙ୍କୁ କୋର୍ଟ ଚାଲାଣ କରାଯାଇଛି। କୋଟିଲିଙ୍ଗି ପଂଚାୟତ, ମେଣ୍ଟାଗାଁ ଜଙ୍ଗଲ ଆନ୍ଧ୍ର ସୀମାନ୍ତରେ ରହିଥିବାରୁ ରମ୍ପା, କୋଟିଲିଙ୍ଗି ସମେତ ଆନ୍ଧ୍ରର ଇଚ୍ଛାପୁର, ସୋମପେଟା ପ୍ରଭୃତି ଅଂଚଳରୁ ପ୍ରାୟ ଜୁଆଡ଼ି ଭିଡ଼ ଜମାଇ ଜୁଆ ଅଡ୍ଡା ଜମାଇଥିଲେ। ମେଣ୍ଟାଗାଁ ଏବଂ ଆନ୍ଧ୍ରର ଜଣେ ଦଲାଲ ମିଶି ବହୁ ମାସ ଧରି ଏହି ଜୁଆ ଆଡ୍ଡା ଚଳାଇଥିଲେ। ଏହି ଜୁଆ ଅଡ୍ଡାକୁ ପୁଲିସ ରେଡ୍ କରିବା ପୂର୍ବରୁ ଖବର ଜୁଆଡ଼ିମାନଙ୍କ ପାଖରେ ପହଞ୍ଚି ଯାଉଥିଲା। ଯଦ୍ୱାରା ଜୁଆଡ଼ି ଖସିବାରେ ସକ୍ଷମ ହେଉଥିଲେ। ଏ ସମ୍ପର୍କରେ ଫାଣ୍ଡି ଅଧିକାରୀଙ୍କୁ ସେତେବେଳେ ଭେଟ ହୋଇ ପଚାରିବାରୁ ମେଟାଗାଁ ଜୁଆ ଆଡ୍ଡା ସମ୍ପର୍କରେ କିଛି ଖବର ନଥିବା ଏବଂ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସଫେଇ ଦେଇଥିଲେ। କିନ୍ତୁ ମେଟାଗାଁ ଜୁଆ ଆଡ୍ଡା ଚାଲିଥିବା ସମ୍ପର୍କରେ ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ କିଛି ଫରକ ପଡି ନଥିଲା। ପରେ ଏସପିଙ୍କ ନିର୍ଦେଶକ୍ରମେ ଗତକାଲି ଜୁଆ ଆଡ୍ଡାରେ ଚଢ଼ାଉ କରିବା ପରେ ଧାନଘର ଫାଣ୍ଡି ଅଧିକାରୀ ବିଜୟ ପ୍ରଧାନଙ୍କ ମିଛ ବୟାନ ଏବେ ଧରାପଡିଛି। ଏ ସମ୍ପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ଅଂଚଳବାସୀ ତଥା ଅଭିଯୋଗକାରୀ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories