www.samajalive.in
Saturday, December 13, 2025
27.1 C
Bhubaneswar

‘ପୃଥ୍ବୀରାଜ’: ରିଲିଜ୍‌ ପୂର୍ବରୁ ହେବ ସ୍ବତନ୍ତ୍ର ସ୍କ୍ରିନିଂ

ମୁମ୍ବାଇ: ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୃଥ୍ବୀରାଜ’ ଜୁନ୍‌ ୩ ତାରିଖରେ ପରଦାକୁ ଆସିବ। କିନ୍ତୁ ମୁକ୍ତିଲାଭ ହେବା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଇଁ ‘ପୃଥ୍ବୀରାଜ’ର ଏକ ସ୍ବତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହେବ। ଏନେଇ ଫିଳ୍ମର ନିର୍ଦେଶକ ଡା. ଚନ୍ଦ୍ରପ୍ରକାଶ ଦ୍ବିବେଦୀ ସୂଚନା ଦେଇଛନ୍ତି। ତାଙ୍କ କହିବା ମୁତାବକ, ଜୁନ୍‌ ୧ ତାରିଖରେ ଗୃହମନ୍ତ୍ରୀ ଏହି ଚଳଚ୍ଚିତ୍ର ଦେଖିବେ।

ନିର୍ଦେଶକ କହିଛନ୍ତି, ରିଲିଜ୍‌ ହେବାର ଦୁଇ ଦିନ ପୂର୍ବରୁ ଗୃହମନ୍ତ୍ରୀ ଚଳଚ୍ଚିତ୍ର ଦେଖିବେ। ଏହା ଆମ ପାଇଁ ସମ୍ମାନର ବିଷୟ ଯେ, ଦେଶର ମାନ୍ୟବର ଗୃହମନ୍ତ୍ରୀ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ଭାରତ ମାତାର ବୀର ପୁତ୍ରମାନଙ୍କ ମଧ୍ୟରୁ ଜଣେ ସମ୍ରାଟ ପୃଥ୍ବୀରାଜ ଚୌହାନଙ୍କ ଗୌରବମୟ ଜୀବନ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଦେଖିବେ। ତେବେ ଏପର୍ଯ୍ୟନ୍ତ ଫିଲ୍ମର ସ୍କ୍ରିନିଂ ସମ୍ବନ୍ଧୀୟ ଅଧିକ ତଥ୍ୟ ମିଳିନାହିଁ। ଏହା ମଧ୍ୟ ଜଣାପଡ଼ିନାହିଁ ଯେ, ସ୍କ୍ରିନିଂ ଦିଲ୍ଲୀରେ ହେବ ନା ଗୃହମନ୍ତ୍ରୀ ମୁମ୍ବାଇ ଆସିବେ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories