www.samajalive.in
Saturday, December 13, 2025
23.1 C
Bhubaneswar

୨୭ରେ ପୃଥିବୀର ନିକଟତର ହେବ ବିଶାଳ ଗ୍ରହାଣୁ

ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରେ ଏକ ବିଶାଳ ଗ୍ରହାଣୁ ପୃଥିବୀର ନିକଟତର ହେବ । ଏହାର ପ୍ରସ୍ଥ ପ୍ରାୟ ୨ କିଲୋମିଟର । ୨୦୧୩ରେ ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରିବା ପରେ ରୁଷର ୬ଟି ସହରରେ କ୍ଷୟକ୍ଷତି ଘଟାଇଥିବା ଚେଲ୍ୟାବିନସ୍କ ଗ୍ରହାଣୁ ଅନୁରୂପ ଏହି ଗ୍ରହାଣୁର ଆକାର ବୋଲି ମହାକାଶବିଜ୍ଞାନୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ମେ ମାସ ପ୍ରାରମ୍ଭରେ ବିଶ୍ୱ ସମ୍ପୂର୍ଣ୍ଣ ଗ୍ରାସ ସୂର୍ଯ୍ୟପରାଗ ଦେଖିବା ପରେ ମାସକ ମଧ୍ୟରେ ଆଉ ଏକ ମହାଜାଗତିକ ଘଟଣାର ସମ୍ମୁଖୀନ ହେବାକୁ ଯାଉଛି। ଗଭୀର ମହକାଶରୁ ପୃଥିବୀର ନିକଟତର ହେବାକୁ ଯାଉଥିବା ଏହି ବିଶାଳ ଗ୍ରହାଣୁର ପୃଥିବୀ ଉପରେ ପ୍ରଭାବ ପଡ଼ିବା ଅନୁମାନ କରାଯାଉଛି। ମହାକାଶବିଜ୍ଞାନୀଙ୍କ କହିବା ଅନୁଯାୟୀ ଏହା ପୃଥିବୀର ପ୍ରାୟ ୪୦,୨୪,୧୮୨ କିଲୋମିଟର ନିକଟ ପର୍ଯ୍ୟନ୍ତ ପହଞ୍ଚିବ। ୧୯୮୯ଜେଏ ଭାବରେ ଏହି ଗ୍ରହାଣୁର ନାମକରଣ କରାଯାଇଛି। ପୃଥିବୀର ନିକଟତର ହେବା ସମୟରେ ଏହା ଘଣ୍ଟାପ୍ରତି ପ୍ରାୟ ୪୭,୨୩୨ କିଲୋମିଟର ବେଗରେ ଗତିକରିବ। ମହାକାଶବିଜ୍ଞାନୀମାନେ ଏହି ଗ୍ରହାଣୁକୁ ନେଇ ପୃଥିବୀବାସୀଙ୍କୁ ସତର୍କ କରାଇ ଦେଇଛନ୍ତି। ଏହାପରେ ଉକ୍ତ ଗ୍ରହାଣୁ ପ୍ରାୟ ୨୦୦ ବର୍ଷ ପର୍ଯ୍ୟନ୍ତ ପୃଥିବୀ ଠାରୁ ଦୂରରେ ରହିବ।

ସୂଚନାଯୋଗ୍ୟ ଯେ ଏହି ଗ୍ରହାଣୁଗୁଡିକ ସୌର ଜଗତରେ ପ୍ରାୟ ୪.୬ ବିଲିଅନ ବର୍ଷ ପୂର୍ବେ ସୃଷ୍ଟି ହୋଇଥିଲା। ଏଗୁଡିକ ଯେତେବେଳେ ପୃଥିବୀରୁ ସୂର୍ଯ୍ୟ ମଧ୍ୟରେ ଥିବା ଦୂରତାର (ପ୍ରାୟ ୯୩ ନିୟୁତ ମାଇଲ)ର ୧.୩ ଗୁଣରୁ କମ୍‍ ଦୂରତାକୁ ଚାଲିଆସେ, ସେତେବେଳେ ଏହାକୁ ପୃଥିବୀର ନିକଟ ମହାଜାଗତିକ ପଦାର୍ଥ ଭାବରେ କୁହାଯାଏ। ୧୯୮୯ଜେଏ ଗ୍ରହାଣୁ ପୃଥିବୀର ନିକଟତର ହେବା ଦୃଶ୍ୟକୁ ରୋମରେ ଅବସ୍ଥାପିତ ଭର୍ଚୁଆଲ ଟେଲିସ୍କୋପ ପ୍ରୋଜେକ୍ଟ ସିଧା ପ୍ରସାରଣ କରିବ। ସୂର୍ଯ୍ୟ ଚାରିପଟେ ଥରେ ପରିକ୍ରମା କରିବାକୁ ଏହା ପ୍ରାୟ ୨.୩୫ ବର୍ଷ ନେଇଥାଏ ବୋଲି ଜଣାଯାଇଛି। ଏହା ପୂର୍ବରୁ ୧୩୮୯୭୧ ଗ୍ରହାଣୁ ଚଳିତ ବର୍ଷ ମାର୍ଚ୍ଚ ୪ ତାରିଖରେ ପୃଥିବୀର ନିକଟତର ହୋଇଥିଲା ଏବଂ ଏହା ପୃଥିବୀରୁ ପ୍ରାୟ ୪୯,୧୧,୨୯୮ କିଲୋମିଟର ଦୂରରେ ଗତି କରିଥିଲା। ଏହାର ପ୍ରସ୍ଥ ପ୍ରାୟ ୧.୩ କିଲୋମିଟର ବୋଲି ମହାକାଶବିଜ୍ଞାନୀ ଆକଳନ କରିଥିଲେ। ଏହି ଗ୍ରହାଣୁ ୪୦୦ ଦିନରେ ଥରେ ସୂର୍ଯ୍ୟକୁ ପରିକ୍ରମା କରୁଛି।

- Advertisement -

 

 

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories