www.samajalive.in
Sunday, December 14, 2025
26.1 C
Bhubaneswar

ସ୍କୁଲରୁ ଆରମ୍ଭ ହେବ ଅଲିମ୍ପିକ୍ସ ପ୍ରସ୍ତୁତି, ୯୦ ସ୍କୁଲ ସାମିଲ

ଡେସ୍କ: ବିଦ୍ୟାଳୟ ସ୍ତରରୁ ଅଲିମ୍ପିକ୍ସ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଲିମ୍ପିକ୍‍ ଶିକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରାଥମିକ ଭାବେ ରାଜ୍ୟର ଦୁଇ ସ୍ମାର୍ଟ ସିଟିର ୯୦ଟି ସ୍କୁଲରେ ଆରମ୍ଭ ହେବ ଏହି ଅଲିମ୍ପିକ ଶିକ୍ଷାଦାନ। ରାଉରକେଲାର ୨୭ଟି ଓ ଭୁବନେଶ୍ୱରର ୬୩ ସ୍କୁଲ ଏହି ଯୋଜନାରେ ସାମିଲ ହେବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହା ଦେଶରେ ନୂତନ ଅଲିମ୍ପିକ୍‍ ଆନ୍ଦୋଳନର ଆରମ୍ଭ ହେବ। ସେ କହିଛନ୍ତି, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ପିଲାମାନେ ଉତ୍କର୍ଷତା, ବନ୍ଧୁତା ଏବଂ ସମ୍ମାନର ଅଲିମ୍ପିକ୍‍ ମୂଲ୍ୟବୋଧରୁ ଉପକୃତ ହେବେ। ସେହିପରି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଥିଲେ ଯେ ଏହି ଯୋଜନା ପିଲାଙ୍କ ଜୀବନରେ ପରିବର୍ତନ ଆଣିବ। ଇଂଟରନ୍ୟାସନାଲ ଅଲମ୍ପିକ୍‍ କମିଟି (ଆଇଓସି) ଏଜୁକେସନ୍‍ କମିଶନର ଅଧ୍ୟକ୍ଷା ମିକେଲା ସି ଜୋରସ୍କି କହିଥିଲେ ଯେ କ୍ରୀଡା ହେଉଛି ପରିବର୍ତନର ଏକ ଶକ୍ତିଶାଳୀ ସାଧନ ଯାହା ଆନୁଷ୍ଠାନିକ ଶିକ୍ଷା ଆଣିପାରେ ନାହିଁ। ଅଲିମ୍ପିକ୍ସ ଆନ୍ଦୋଳନ ସମାଜ ପାଇଁ ଅବଦାନ ଦେଇପାରେ। ଏହି ପ୍ରୋଗ୍ରାମ୍‍ ସ୍କୁଲ୍‍ ସିଲାବସରେ ସାମିଲ ହେବ ବୋଲି ସେ କହିଥିଲେ।

- Advertisement -

ଚୀନ ଓ ଜାପାନର ଖେଳାଳିଙ୍କ ଭଳି ଖେଳାଳି ସୃଷ୍ଟି ଉଦ୍ଦେଶ୍ୟରେ କସରତ ଆରମ୍ଭ ହେବ। ରାଜ୍ୟରେ ତୃଣମୂଳସ୍ତରରୁ ପିଲାଙ୍କୁ ଅଲିମ୍ପିକ ସମ୍ପର୍କରେ ଶିକ୍ଷା ଦିଆଯିବ। ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏଭଳି ନିଷ୍ପତି ନେଇଛନ୍ତି, ଯେଉଁଥିରେ ସ୍କୁଲ ପିଲାଙ୍କୁ ଅଲିମ୍ପିକ୍ସ ମୂଲ୍ୟବୋଧ ବିଷୟରେ ଅବଗତ କରାଯିବା ସହ ବିଭିନ୍ନ ଗୋଷ୍ଠୀ କ୍ରୀଡ଼ା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories