www.samajalive.in
Sunday, December 14, 2025
26.1 C
Bhubaneswar

ରାଜ୍ୟରେ ୨୬ ଏଚଏମଏଫଡି ରୋଗୀ ଚିହ୍ନଟ, ସମସ୍ତଙ୍କ ବୟସ ୯ ବର୍ଷରୁ କମ୍‍

ଡେସ୍କ: ହାତ, ପାଦ ଓ ପାଟିରେ ହେଉଥିବା ରୋଗରେ ରାଜ୍ୟର ୨୬ ଜଣ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ଏ ରୋଗକୁ ଆମେ ଟମାଟୋ ଫ୍ଲୁ ନ କହି ଏଚଏମଏଫଡି କହିବା। ସେ କହିଛନ୍ତି, ଏଥିରେ ୩୬ଟି ନମୁନାରୁ ୨୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୯, ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୨, ପୁରୀରୁ ୩ ଓ କଟକରୁ ୨ ଜଣ ଅଛନ୍ତି। ସମସ୍ତ ରୋଗୀ ୯ ବର୍ଷରୁ କମ ବୟସର ଏବଂ ସମସ୍ତେ ଭଲ ଅଛନ୍ତି। ସେମାନଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଦଳ ନଜର ରଖିଛନ୍ତି। ପଜିଟିଭ ନମୁନାଗୁଡିକୁ ଜିନମ ସିକ୍ୱେନ୍ସିଂ ଲାଗି ଏନଆଇଭି ପୁନେକୁ ପଠାଯାଇଛି।

ଏ ନେଇ ଜ୍ୱର ହେବା, ଭୋକ ନ ଲାଗିବା, ପାଟି ପାଖରେ ଘା ହେବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ଡଃ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଏଭଳି ରୋଗ କ୍ଷେତ୍ରରେ ରୋଗୀକୁ ସଙ୍ଗରୋଧରେ ରଖିଲେ ଜଣଙ୍କ ମଧ୍ୟରେ ସୀମିତ ରହିବା ସହ ୩ ଦିନରେ ଭଲ ହୋଇପାରିବ। ତେଣୁ ଏହାକୁ ନେଇ ଭୟ ନ କରିବା ଉଚିତ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories