www.samajalive.in
Sunday, December 14, 2025
26.1 C
Bhubaneswar

ରାତ୍ରି ଭୋଜନରେ ଝିଟିପିଟି, ଲର୍କିପାଲି ଆଇଟିଆଇ ଛାତ୍ରବାସ ଅନ୍ତେବାସୀ ଅସୁସ୍ଥ

ବଲାଙ୍ଗିର: ଲର୍କିପାଲି ସରକାରୀ ଶିଳ୍ପ ତାଲିମ କେନ୍ଦ୍ର(ଆଇଟିଆଇ)ର ନୂତନ ଛାତ୍ରବାସରେ ରହୁଥିବା କିଛି ଛାତ୍ର ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଆଇଟିଆଇ କର୍ତୃପକ୍ଷ ଏକ ଅଟୋରେ ବସାଇ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେବା ସହ କେତେଜଣଙ୍କୁ ସାଲାଇନ୍‍ ଦିଆଯାଇଥିବା ସୂଚନା ମିଳିଛି। ଗତ ରାତିରେ ଛାତ୍ରବାସର ଅନ୍ତେବାସୀଙ୍କୁ ରାତ୍ର ଭୋଜନ ଦିଆଯାଇଥିଲା। ତେବେ ଏଥିରେ ଏକ ଝିଟିପିଟି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ଛାତ୍ରମାନଙ୍କ ମଧ୍ୟରୁ କେତେଜଣଙ୍କୁ ବାନ୍ତି ହେବା ଆରମ୍ଭ ହୋଇଥିଲା। ଛାତ୍ରବାସ ରାନ୍ଧୁଣିଆଙ୍କ ଅସାବଧାନତା ଯୋଗୁଁ ଏଭଳି ହୋଇଥିବା ଓ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନ୍ତେବାସୀମାନେ ମତ ଦେଇଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories