www.samajalive.in
Sunday, December 14, 2025
14.1 C
Bhubaneswar

ସ୍ନେହଲତା ହତ୍ୟା ଘଟଣା; ୭ ବର୍ଷ ପରେ ବି କ୍ରାଇମବ୍ରାଞ୍ଚ ହାତ ଖାଲି

ବଲାଙ୍ଗିର: ଗତ ୭ ବର୍ଷ ତଳେ ବଲାଙ୍ଗିର ଜିଲା ଖପ୍ରାଖେଲ ବ୍ଲକ ସର୍ଗିପାଲି ଗାଁରେ ସ୍ନେହଲତା ଛତ୍ରିଆ ନାମକ ଏକ ଦଳିତ, ମେଧାବୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଘଟଣା ଟି ସାରା ଓଡିଶାରେ ଚାଞ୍ଚଲ୍ୟ ଖେଳି ଯାଇଥିବାରୁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇଥିଲେ । କିନ୍ତୁ ଘଟଣାଟିକୁ ୭ ବର୍ଷ ପୂରି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯାଇ ପାରିନାହିଁ । ପଶ୍ଚିମ ଓଡିଶା ମହିଳା ସଂଗଠନର ଏକ ଦଳ ରବିବାର ସର୍ଗିପାଲି ଗସ୍ତ କରି ସ୍ନେହଲତା ଛତ୍ରିଆର ଫଟୋରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଘଟଣାଟିି ଅତି ସମ୍ବେଦନଶିଳ ଥିଲେ ମଧ୍ୟ ଦିଲ୍ଲୀର ନିର୍ଭୟାକାଣ୍ଡ ଠାରୁ ମଧ୍ୟ ଆହୁରି ଭୟଙ୍କର । ତଥାପି ଆଜି ପର୍ଯ୍ୟନ୍ତ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରି ନାହିଁ ।

ଏଣୁ ପଶ୍ଚିମ ଓଡିଶା ମହିଳା ସଂଗଠନ ପକ୍ଷରୁ ସ୍ନେହଲତାକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢେଇ କରିବା ପାଇଁ ଶପଥ ଗ୍ରହଣ ସଙ୍ଗେ ସଙ୍ଗେ ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ବିଫଳ ହୋଇଥିବାରୁ ସିବିଆଇ ତଦନ୍ତ ଦାବି କରିଥିଲେ । ସରକାର ସିବିଆଇ ତଦନ୍ତ ଘୋଷଣା ନକରିବା ପର୍ଯ୍ୟନ୍ତ ଓ ସ୍ନେହଲତାକୁ ନ୍ୟାୟ ନ ମିଳିବା ଯାଏଁ ପଶ୍ଚିମ ଓଡିଶା ମହିଳା ସଂଗଠନ ଲଢେଇ ଜାରି ରଖିବ ବୋଲି ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା । ଆଜିର ଏହି ଗସ୍ତରେ ସଭାନେତ୍ରୀ ସବିତା ନନ୍ଦ, ସଂପାଦିକା ସୁଷମା ବଏ, କାର୍ଯ୍ୟକାରୀ ସଦସ୍ୟ ଗୀତାଞ୍ଜଳି ବାଗ ସହିତ ଅନ୍ୟାନ୍ୟ ସଦସ୍ୟ ସାମିଲ ଥିଲେ ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories