www.samajalive.in
Sunday, December 14, 2025
26.1 C
Bhubaneswar

ବିଭୂତି ଭୂଷଣ ସଭାପତି,ରବିନାରାୟଣ ସାଧରଣ ସଂପାଦକ ଭାବରେ ନିର୍ବାଚିତ

ଗୁରୁଡିଝାଟିଆ : ଓଡିଶା ରାଜ୍ୟ ଟ୍ରକ ମାଲିକ ମହାସଂଘର ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭୂତି ଭୂଷଣ ଦାଶ ସଭାପତି ଓ ରବିନାରାୟଣ ଶତପଥି ସାଧାରଣ ସଂପାଦକ ଭାବରେ ନିର୍ବାଚିତ ହୋଇଛନ୍ତି । ସଭାପତି ଶ୍ରୀ ଦାସ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ଚନ୍ଦନ କୁମାର ନାୟକଙ୍କ ଠାରୁ ୩୨ଖଣ୍ଡ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ସାଧାରଣ ସଂପାଦକ ଶ୍ରୀ ଶତପଥି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ପରିଜା କୁମାର ପରିଡାଙ୍କୁ ୧୦୧ ଭୋଟରେ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି । ସଭାପତି ଓ ସାଧାରଣ ସଂପାଦକଙ୍କ ବ୍ୟତିତ ଅନ୍ୟ ସମସ୍ତ କାର୍ଯ୍ୟକର୍ତ୍ତା ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଛନ୍ତି।

କାର୍ଯ୍ୟକାରୀ ସଭାପତି ଭାବେ ଦିଲ୍ଲିପ କୁମାର ପାଣି,କୋଷାଧ୍ୟକ୍ଷ ଭାବେ ପୂଣ୍ୟବ୍ରତ ପରିଡା ନିର୍ବାଚିତ ହୋଇଛନ୍ତି।  ସେହିଭଳି ଉପସଭାପତି (ପୂର୍ବଜୋନ) ଶୁସାନ୍ତ କୁମାର ବିଶ୍ୱାଳ, ଉପସଭାପତି (ପଶ୍ଚିମ ଜୋନ) ଶିବ ପ୍ରସାଦ ମିଶ୍ର, ଉପସଭାପତି (ଉତ୍ତର ଜୋନ)ରମାକାନ୍ତ ନାୟକ, ଉପସଭାପତି(ଦକ୍ଷିଣଜୋନ) ପ୍ରମୋଦ କୁମାର ଜେନା ଓ ଉପସଭାପତି (କେନ୍ଦ୍ରୀୟ ଜୋନ)ରାଜୀବ କୁମାର ଜେନା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସତ୍ୟାନନ୍ଦ ଦଳସାମନ୍ତ(ମଧ୍ୟାଞ୍ଚଳ) ସଂପାଦକ, ପୂର୍ବାଞ୍ଚଳ ସଂପାଦକ ଦୂର୍ଗାପ୍ରସନ୍ନ ମିଶ୍ର, ପଶ୍ଚିମାଞ୍ଚଳ ସଂପାଦକ ଅକ୍ଷୟ କୁମାର ସାମନ୍ତ, ଉତ୍ତରାଞ୍ଚଳ ସଂପାଦକ ଉପେନ୍ଦ୍ର କୁମାର ସାମନ୍ତ,ଦକ୍ଷିଣାଞ୍ଚଳ ସଂପାଦକ ଭାବରେ ନରେନ୍ଦ୍ର କୁମାର ମହାନ୍ତି ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ମୋଟ ୧୮୩ଜଣ ଭୋଟଦାନ କରିଥିବା ବେଳେ ୩ଟି ଭୋଟ ନାକଚ ହୋଇଥିଲା । ଖୁଣ୍ଟୁଣୀ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ନିର୍ବାଚନରେ ସଂଘର ସଭାପତି ମନୋଜ କୁମାର ମିଶ୍ର, ସାଧାରଣ ସଂପାଦକ ଅଶୋକ କୁମାର ସାମନ୍ତରାୟ, ଦିବାକର ବେଉରା ଙ୍କ ପ୍ରତ୍ୟେକ୍ଷ ଉପସ୍ଥିତିରେ ଅନୁଷ୍ଠିତ ଏହି ନିର୍ବାଚନରେ ନରେନ୍ଦ୍ର କୁମାର ସାହୁ ଓ ସନ୍ତୋଷ କୁମାର କାନୁନଗୋ ନିର୍ବାଚନ ଅଧିକାରୀ ଭାବରେ କାର୍ଯ୍ୟଭାର ତୁଲାଇଥିବା ବେଳେ ବିଷ୍ଣୁପ୍ରସାଦ ଓଝା ଓ ସୁକାନ୍ତ କୁମାର ପ୍ରଧାନ ସହଯୋଗ କରିଥିଲେ। ସମସ୍ତ ନବନିର୍ବାଚିତ ପଦାଧିକାରୀ ଶପଥ ଗ୍ରହଣ କରିଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories