www.samajalive.in
Sunday, December 14, 2025
16.1 C
Bhubaneswar

ବିହନ ମିଳୁନି, ଚାଷକାର୍ଯ୍ୟ ବିଳମ୍ବିତ

ଆଠଗଡ଼: ଆଠଗଡ଼ ବ୍ଲକରେ ଖରିଫ ଚାଷ ପାଇଁ ପାଗ ଅନୁକୁଳ ଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ରିହାତି ଦରରେ ବିହନ ଉପଲବ୍ଧ ହେଉନଥିବାରୁ ଚାଷକାର୍ଯ୍ୟ ବିଳମ୍ବିତ ହେଉଛି। ଫଳରେ ବିହନକୁ ଚାହିଁ ଚାହିଁ ଚାଷୀ ହତାଶ ହୋଇପଡ଼ିଛନ୍ତି। ମେ ୩ତାରିଖରେ ଅକ୍ଷୟତୃତୀୟାଠାରୁ ଚାଷକାର୍ଯ୍ୟ ଅନୁକୁଳ ହୋଇଥିବା ବେଳେ ୯ ତାରିଖରୁ ୧୩ ତାରିଖ ମଧ୍ୟରେ ଆଠଗଡ଼ ଅଞ୍ଚଳରେ ଲଘୁଚାପ ପ୍ରଭାବରେ ଭଲବର୍ଷା ହୋଇଥିବାରୁ ଚାଷୀମାନେ ସେମାନଙ୍କର ଚାଷଜମି ହଳକରି ବିହନ ବୁଣିବା ପାଇଁ ଅପେକ୍ଷା କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ସମବାୟ ସମିତିକୁ ବିହନ ଆସିନଥିବାରୁ ଚାଷୀମାନେ ପାଇପାରୁନାହାଁନ୍ତି। ଚଳିତ ବର୍ଷ ରାଜ୍ୟ ବିହନ ନିଗମ କେତେକ ନୂତନ ନିୟମ ଲାଗୁ କରିଥିବାରୁ ସମବାୟ ସମିତି ଗୁଡିକ ବିହନ ଉଠାଣରେ ବିଳମ୍ବ କରିଥିବା ଜଣାପଡ଼ିଛି। ଏଥି ସହିତ ଏହି ନୂତନ ନିୟମ ଅନୁଯାୟୀ ଚାଷୀମାନେ ପ୍ରଥମେ ରିହାତି ଦରରେ ନୁହେଁ ବରଂ ପୁରାମୂଲ୍ୟ ଦେଇ ବିହନ କିଣିବେ ଏବଂ ଏହା ଅନଲାଇନରେ ସମବାୟ ସମିତ ପକ୍ଷରୁ ଦର୍ଶାଯିବା ପରେ ଚାଷୀଙ୍କ ବ୍ୟାଙ୍କଖାତାରେ ସିଧାସଳଖ ରିହାତି ଅର୍ଥ ବିହନ ନିଗମ ପକ୍ଷରୁ ଜମା କରାଯିବାର ବ୍ୟବସ୍ଥା କରାଯାଇଛି।

ତେବେ ଏ ସଂପର୍କରେ କୃଷି ବିଭାଗ କିମ୍ବା ସମବାୟ ବିଭାଗ ପକ୍ଷରୁ ପ୍ରଚାର ପ୍ରସାର କରାଯାଇନଥିବାରୁ ଚାଷୀମାନେ ଏ ସଂପର୍କରେ ଅଜ୍ଞ ଅଛନ୍ତି। ଗତ ୨୦୨୧ରେ ଆଠଗଡ଼ରେ ୧୭ଟି ସମବାୟ ସମିତି ମାଧ୍ୟମରେ ପ୍ରାୟ ୩ହଜାରରୁ ଉର୍ଦ୍ଧ ଚାଷୀଙ୍କୁ ୧୨୦୫ କ୍ୱିଣ୍ଟାଲ ଧାନ ବିହନ ବିକ୍ରୟ କରାଯାଇଥିଲା। ସେଥିମଧ୍ୟରୁ ଆଙ୍କୁଲା ସମିତିରେ ୩୦କ୍ୱିଣ୍ଟାଲ, ବାଳି ସମିତିରେ ୧୧୦, ବେଣ୍ଟପଦାରେ ୬୦, ଡାଳଭାଗ ସମିତିରେ ୩୦, ଗୋବରାରେ ୫୦, ଜାଗିଆପଡ଼ାରେ ୩୦, ଜେନାପଦାରେ ୧୦୦, ଜୋରନ୍ଦାରେ ୯୦, ବଡଭୂଇଁରେ ୨୫, କନ୍ତୋଲ ସମିତିରେ ୩୦, ଖୁଣ୍ଟୁଣୀରେ ୬୦, କୁଲାଇଲୋ ସମିତିରେ ୧୦୦, ଲକ୍ଷ୍ମୀନାରାୟଣପୁରରେ ୯୦, ମଞ୍ଚେଶ୍ୱରରେ ୫୦, ଆଠଗଡ଼ ନିଜିଗଡ଼ରେ ୧୦୦, ସମସରପୁରରେ ୮୦ ଓ ରାଜନଗର ସମିତିରେ ୧୨୦ କ୍ୱିଣ୍ଟାଲ ଧାନ ବିହନ ବିକ୍ରି ହୋଇଥିଲା। ଆଠଗଡ଼ର ଚାଷୀମାନେ ମୁଖ୍ୟତଃ କଳାଚମ୍ପା, ଏମଟିୟୁ ୧୦୭, ସ୍ୱର୍ଣ୍ଣ ୧୦୭୯, ମୃଣାଳିନୀ, ପୂଜା, ୧୦୦୧ ଓ ୧୦୧୦ କିସମର ଧାନ ବିହନ ପାଇଁ ଚାହିଁ ବସିଛନ୍ତି। ଚଳିତବର୍ଷ ୧୬ଟି ସମବାୟ ସମିତି ଏବଂ କଣ୍ଡରେଇ ପଞ୍ଚାୟତର ଗୋଟିଏ ଘରୋଇ ପ୍ରତିଷ୍ଠାନ ଧାନ ବିହନ କିଣିବା ପାଇଁ ବ୍ୟବସାୟୀଙ୍କ ପଞ୍ଜିକରଣ ଗତକାଲି ଓ ଆଜି କରିଥିବା ବ୍ଲକ କୃଷି ଅଧିକାରୀ ଜଗବନ୍ଧୁ ମିଶ୍ର ଓ ସହକାରୀ କୃଷି ଅଧିକାରୀ ସନାତନ ବେହେରାଙ୍କ ସୁତ୍ରରୁ ପ୍ରକାଶ।

- Advertisement -

ଚଳିତବର୍ଷ ଆଠଗଡ଼ ବ୍ଲକ ପାଇଁ ୧୭୦୦କ୍ୱିଣ୍ଟାଲ ଧାନ ବିହନ ଏବଂ ୫୦୦କ୍ୱିଣ୍ଟାଲ ଧଇଁଚା ବିହନ ଆବଶ୍ୟକତା ରହିଥିବା ଦର୍ଶାଯାଇଛି। ପଞ୍ଜୀକୃତ ସମବାୟ ସମିତିଗୁଡିକ ବିହନ ପାଇଁ ଆବଶ୍ୟକୀୟ ଅର୍ଥ ଡ୍ରାଫ୍ଟ କରି ସାରିଥିବାରୁ ଆଗାମୀ ୨-୪ଦିନ ମଧ୍ୟରେ ବିହନ ଆସିଯିବ ବୋଲି କୃଷି ଅଧିକାରୀ ପ୍ରକାଶ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories