www.samajalive.in
Sunday, December 14, 2025
23.1 C
Bhubaneswar

ବଲାଙ୍ଗିର ଜିଲାରେ ‘ଓସ୍ୱାସ’ ବ୍ୟବସ୍ଥା ଆରମ୍ଭ

ବଲାଙ୍ଗିର: ଶନିବାର ବଲାଙ୍ଗିର ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ଓଡ଼ିଶା ଷ୍ଟେଟ୍‍ ୱର୍କଫ୍ଲୋ ଅଟୋମେଶନ ସିଷ୍ଟମ (ଓସ୍ୱାସ) ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏହି ବ୍ୟବସ୍ଥା ଦ୍ୱାରା ଚିରାଚରିତ ପ୍ରକ୍ରିୟାରେ ଫାଇଲ କାମ ନହୋଇ ଅନ୍‍ଲାଇନ୍‍ ମାଧ୍ୟମରେ କାର୍ଯ୍ୟାଳୟର ସମସ୍ତ ଫାଇଲ କାମ କରାଯିବ। ଯାହା ଫଳରେ ନଥିପତ୍ର ଜନିତ ଅହେତୁକ ବିଳମ୍ବକୁ ଦୂର କରାଯାଇପାରିବ। ପ୍ରଥମ ପର୍ଯ୍ୟାୟରେ ଜିଲାପାଳଙ୍କ କାର୍ଯ୍ୟାଳୟର ନିଜାରତ, ନ୍ୟାୟିକ, ବିକାଶ ଓ ଭୂମିଅଧିଗ୍ରହଣ ବିଭାଗରେ ଏହା କାର୍ଯ୍ୟକାରୀ କରାଯାଇଥିବା ସୂଚନା ମିଳିଛି।

ଜିଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଶନିବାର ଜିଲାପାଳ ଚଞ୍ଚଳ ରାଣା ଓସ୍ୱାସ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଜୁନ ୧୫ ସୁଦ୍ଧା କାର୍ଯ୍ୟାଳୟର ସମସ୍ତ ବିଭାଗରେ ଓସ୍ୱାସ କାର୍ଯ୍ୟକାରୀ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲାର ଅନ୍ୟ ସମସ୍ତ କାର୍ଯ୍ୟାଳୟରେ ଓସ୍ୱାସ କାର୍ଯ୍ୟକ୍ଷମ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ବ୍ୟବସ୍ଥା ପ୍ରଚଳନ ଦ୍ୱାରା କିଭଳି କମ ସମୟରେ ଓ କମ କର୍ମଚାରୀଙ୍କୁ ନେଇ ଅଧିକ କାର୍ଯ୍ୟ କରାଯାଇପାରିବ ସେ ବିଷୟରେ ଜିଲାପାଳ ଶ୍ରୀ ରାଣା କହିଥିଲେ। ଓସ୍ୱାସ ଆପ୍ଲିକେସନ୍‍ ଜରିଆରେ କିଭଳି ସରକାରୀ ଅଧିକାରୀ, କର୍ମଚାରୀମାନେ କାମ କରିବେ ସେନେଇ ପୂର୍ବରୁ ୨ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ପରିଚାଳନା କରିଥିଲେ। ଜିଲା ଜରୁରୀ ଅଧିକାରୀ ରୀନା କୁମାରୀ ନାଏକ, ଡ.ଇପ୍‍ସିତା ପାତ୍ର, ଦିବାକର ବାଗ, ସହକାରୀ ଜିଲାପାଳ ଗୁରେଶ୍ୱର ଭୋଇ, ସୋନିଆ ଶ୍ରୀ ମଲ୍ଲିକ, ଫାଲଗୁନି ଶବର, ଆଦିତ୍ୟ ଦଳବେହେରା, ଜିଲା ଇ-ଗଭର୍ନାନ୍‍ସ ଆର୍ଯ୍ୟନନ୍ଦନ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories