ମାର୍କେଟବିଲ୍ଡିଂରେ ସିଲ୍ ହେଲା ଦୋକାନ
ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ମାର୍କେଟବିଲ୍ଡିଂରେ କେତେକ ଦୋକାନକୁ ସିଲ୍ କରାଯାଇଛି। ଟଙ୍କା ବକେୟା ରଖିଥିବାରୁ ଦୋକାନଗୁଡ଼ିକୁ ସିଲ୍ କରାଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, ଦୀର୍ଘଦିନ ଧରି ଦୋକାନଗୁଡ଼ିକ ଭଡ଼ା ଟଙ୍କା ଦେଇନାହନ୍ତି। ମୋଟ୍ ୩୧ଟି ଦୋକାନ ବକେୟା ଅର୍ଥ ଦେଇ ନଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୩ଟି ଦୋକାନକୁ ବର୍ତ୍ତମାନ ସୁଦ୍ଧା ସିଲ୍ କରାଯାଇଛି। ରାଜଧାନୀ ପୂଜା ସମିତି ଓ ଦେବୋତ୍ତର ବିଭାଗ ପକ୍ଷରୁ ଦୋକାନଗୁଡ଼ିକୁ ସିଲ୍ କରାଯାଇଛି।
Comments are closed.