www.samajalive.in
Saturday, December 6, 2025
26.1 C
Bhubaneswar

ମଙ୍କିପକ୍ସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚେତାବନୀ ; ଜାଣନ୍ତୁ ଲକ୍ଷଣ

ନୂଆଦିଲ୍ଲୀ : ଗତ ୨ ବର୍ଷ ହେବ କରୋନା ମହାମାରୀ ନିଜର କାୟା ବିସ୍ତାର କରିଥିବା ବେଳେ ଅନେକ ଲୋକଙ୍କ ମୃତ୍ୟର କାରଣ ପାଲଟିଛି। କରୋନା ପରେ ଏବେ ମଙ୍କିପକ୍ସ ଭୂତାଣୁ ଭୟର ବାତାବରଣ ସୃଷ୍ଟି କରିଛି। ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚେତାବନୀ ଦେଇଛି। ଏହି ମଙ୍କିପକ୍ସ ଭୂତାଣୁର ସଂକ୍ରମଣ ବୃଦ୍ଧି ପାଇପାରେ। ବର୍ତ୍ତମାନ ଏହା ଆଫ୍ରିକା, ୟୁରୋପର ନଅଟି ଦେଶ ବ୍ୟତୀତ ଆମେରିକା,କନାଡା,ଅଷ୍ଟ୍ରେଲିଆରେ ଏହାର ମାମଲା ଦେଖିବାକୁ ମିଳିଛି। ଏହାକୁ ନଜରରେ ରଖି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟା ମଧ୍ୟ ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଓ ଆଇସିଏମଆରକୁ ସ୍ଥିତି ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମଙ୍କିପକ୍ସ ଭୂତାଣୁର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ୟୁରୋପର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ୟୁନିଟ୍‍ ଶୁକ୍ରବାର ଦିନ ଏକ ବୈଠକ କରିଛନ୍ତି। ବୈଠକ ପରେ ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ବଡ ଧରଣର ସମାବେଶ, ପର୍ବ ପର୍ବାଣି, ଉତ୍ସବ ଆଦିରେ ଯଦି କୌଣସି ଏହି ମଙ୍କିପକ୍ସ ସଂକ୍ରମଣରେ ସଂକ୍ରମିତ ବ୍ୟକ୍ତି ଥାଆନ୍ତି, ତେବେ ଅନ୍ୟ ଲୋକେ ମଧ୍ୟ ସଂକ୍ରମିତ ହୋଇ ପାରନ୍ତି।
ମଙ୍କିପକ୍ସର ଲକ୍ଷଣ ; ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେ ସାଧାରଣତଃ ଜ୍ୱର ହୋଇଥାଏ। ଜ୍ୱର ହେବା, ଶରୀରରେ ଫୋଟକା ଭଳି ଫଳିବା, ଦେହ ମୁଣ୍ଡ ଓ ଅଣ୍ଟା ବିନ୍ଧା ହେବା, ରୋଗୀଙ୍କୁ କମ୍ପ ଆସିବା ସହ ଦେହହାତ ଥରିବା,ତଣ୍ଟି ଦରଜ ହେବା ସହ ରୋଗୀ ଅତି କ୍ଲାନ୍ତ ଅନୁଭବ କରନ୍ତି। ଦେହରେ ମିଳିମିଳା କିମ୍ବା କାଛୁ ଭଳି ଫଳି ଯାଏ ଓ କୁଣ୍ଡାଇ ହୁଏ। ୪ ରୁ ୫ ଦିନ ପରେ ଏହା ଫୁଲି ଯିବା ସହ ଏଥିରେ ପୁଜ ଭରିଯାଏ। ୬ ରୁ ୧୩ ଯାଏ ଏହାର କୋପ ରହେ। କିଛି ରୋଗୀଙ୍କ କ୍ଷେତ୍ରରେ ୫ ରୁ ୨୧ ଦିନ ଯାଏ ପ୍ରକୋପ ରହେ। ୨ ରୁ ୪ ସପ୍ତାହ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଭାବେ କମିଯାଏ। ସାଧାରଣ ଭାବେ କହିଲେ ମଙ୍କିପକ୍ସ ମାରାତ୍ମକ ନୁହେଁ। ଉପଯୁକ୍ତ ଚିକିତ୍ସା ନକରାଇଲେ ଏହା ଘାତକ ହୋଇପାରେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories