www.samajalive.in
Monday, December 15, 2025
16.1 C
Bhubaneswar

କଲମପୁର ଓ ଜୟପାଟଣାରେ ଖୋଲିଲା ଧାନ ମଣ୍ଡି

କଲମପୁର : କଳାହାଣ୍ଡି ଜିଲ୍ଲା ପ୍ରଶାସନର ଘୋଷଣା କ୍ରମେ ଶୁକ୍ରବାର ରବିଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିଛି । ଶୁକ୍ରବାର ଧର୍ମଗଡ ବିଧାୟକ ମୌଷଧି ବାଗ ଉପସ୍ଥିତ ରହି ମଣ୍ଡିର ଶୁଭ ଉଦଘାଟନ କରିଥିଲେ। ଏଥିରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ, ମୁଖିଗୁଡା ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଅନିଲ କୁମାର ରାଉତ, ତହସିଲଦାର କରିଶ୍ମା ବେଶ୍ରା, ଉପଖଣ୍ଡ ଯୋଗାଣ ଅଧିକାରୀ ଖଗେଶ୍ୱର ପଣ୍ଡା, ସମବାୟ ସମିତିର ସମ୍ପାଦକ ତ୍ରିଭୁବନ ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ରବିଋତୁରେ ୫୪ ଗୋଟି ସମବାୟ ସମିତି ଓ ୧୭ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ୧୦୨ ଗୋଟି ମଣ୍ଡିରୁ ଧାନ ଉଠାଣ କରାଯିବା ନେଇ ଜିଲ୍ଲା ଯୋଗାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଏଥିପାଇଁ ୬୨ ଜଣ ମିଲର୍ସଙ୍କୁ ଦାୟିତ୍ୱ ଦିଆଯାଇଛି।

ଗତ ରବି ଋତୁରେ ୨୩ ଲକ୍ଷ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ମାଧ୍ୟମରେ ଜଳ ସେଚନ ବନ୍ଦ କରାଯାଇଥିବାରୁ ଏହି ପରିମାଣ କମି ଯିବାର ସମ୍ଭବନା ରହିଛି । ବର୍ତ୍ତମାନ ୧୮ ଲକ୍ଷ କ୍ୱିଣ୍ଟାଲ ଧାନ ଉଠାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ସାହୁ ସୁଚନା ଦେଇଛନ୍ତି । ଏହାସହ ଚାଷୀଙ୍କ ଠାରୁ କିଭଳି ସହଜ ଓ ସ୍ୱଚ୍ଛତା ଭାବେ ଧାନ କ୍ରୟ କରାଯିବ ସେନେଇ ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରିଥିବା ସୁଚନା ଦେଇଛନ୍ତି । ବର୍ଷା ଆସିଯିବାର ଆଶଙ୍କା ଥିବାରୁ କିଭଳି ୧୫ରୁ ୨୦ ଦିନ ମଧ୍ୟରେ ସମସ୍ତ ଚାଷୀଙ୍କ ଧାନ ଉଠାଣ ହେବ ସେନେଇ ପ୍ରଶାସନ ଗୁରୁତ୍ୱ ଦେବ ବୋଲି ସୁଚନା ଦେଇଛନ୍ତି । ସେହିଭଳି ମୁଖିଗୁଡା ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ଜୟପାଟଣା ଧାନ ମଣ୍ଡି ମଧ୍ୟ ଉଦଘାଟିତ ହେଇଛି । ଏହି ମଣ୍ଡିରୁ ୪ ଜଣ ଚାଷୀଙ୍କ ଠାରୁ ୩୪୭ କ୍ୱିଣ୍ଟାଲ ଧାନ ଉଠାଣ କରାଯାଇ ସ୍ଥାନୀୟ ଏସଏମ୍ ରାଇସମିଲକୁ ପ୍ରଦାନ କରାଯାଇଛି । ପାଣି ପଞ୍ଚାୟତ ସଭାପତି ମନୋରଞ୍ଜନ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଣ୍ଡିର ଶୁଭ ଉଦଘାଟନ କରିଥିଲେ। ଏଥିରେ ବରିଷ୍ଠ ଚାଷୀ ବଳଭଦ୍ର ମିଶ୍ର, ପ୍ରବୀର କୁମାର ବେହେରା, ଏମ.ଭେଙ୍କେୟା ବାବୁ, ସମବାୟ ସମିତିର ସହ ସମ୍ପାଦକ ଅବିନାଶ ପଣ୍ଡା ଓ ନିୟନ୍ତ୍ରିତ ବଜାର କମିଟିର ପ୍ରଦୀପ ସରାବୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories