www.samajalive.in
Sunday, December 14, 2025
14.1 C
Bhubaneswar

ଅଧାପନ୍ତରିଆରେ ପଡିଛି ଅଧିକାଂଶ ଗ୍ରାମୀଣ ପାର୍କ

ରେଙ୍ଗାଲି: ରାଜ୍ୟ ସରକାର ଗ୍ରାମାଞ୍ଚଳର ଜନସାଧାରଣଙ୍କ ମନୋରଞ୍ଜନ ସକାଶେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଗ୍ରାମୀଣ ପାର୍କ ନିର୍ମାଣ ପାଇଁ ଯୋଜନା କାର୍ଯ୍ୟକାରୀ କରି ଏଥିପାଇଁ ଅନୁଦାନର ବ୍ୟବସ୍ଥା କରିଛନ୍ତି। ଗ୍ରାମୀଣ ପାର୍କ ନିିର୍ମାଣ ପାଇଁ ଆର୍ଥିକ ଅନୁଦାନର ଅଭାବ ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରି ପାର୍କ ନିର୍ମାଣ ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି। ଗ୍ରାମୀଣ ପାର୍କ ବ୍ଳକ୍ ର ତତ୍ତ୍ୱାବଧାନ ରେ ପଞ୍ଚାୟତ ଜରିଆ ରେ ନିର୍ମାଣ କରିବାର ପ୍ରାବଧାନ ରହିଛି। ତେବେ ବିଡମ୍ବନା ର ବିଷୟ ଯେ ରେଙ୍ଗାଲି ବ୍ଳକ୍ ର ୧୬ଟି ପଞ୍ଚାୟତ ମଧ୍ୟରୁ ଗୋଟିଏ/ଦୁଇଟି ପଞ୍ଚାୟତକୁ ଛାଡି ଦେଲେ ଅଧିକାଁ ପଞ୍ଚାୟତ ରେ ଗ୍ରାମୀଣ ପାର୍କ ଅଧାପନ୍ତରିଆ ରେ ପଡି ରହିଥିଲେ ହେଁ ନିର୍ମାଣ କାମ ସର୍ମ୍ପୂର୍ଣ କରିବାରେ ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ ଆଗ୍ରହ ଥିବାର ଦେଖିବାକୁ ମିଳୁନାହିଁ। ଏପରିକି କେତେକ ପଞ୍ଚାୟତ ରେ ଅଦ୍ୟାବଧି ଗ୍ରାମୀଣ ପାର୍କ ନିର୍ମାଣ କାମ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ । ଏହି ପରିପ୍ରେକ୍ଷୀ ରେ ଗ୍ରାମୀଣ ପାର୍କ ନିର୍ମାଣ ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ ଆଗ୍ରହ କେତେ ତାହା ସ୍ପଷ୍ଟ ଭାବରେ ଜଣାପଡୁଛି ବୋଲି ସଚେତନ ନାଗରିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ସୂଚିତ ଯେ ଗ୍ରାମୀଣ ପାର୍କ ନିର୍ମାଣ ପାଇଁ କୌଣସି ଆର୍ଥିକ କଟକଣା ନାହିଁ । ଗଞ୍ଜାମ ଜିଲ୍ଲା ରେ ୫୦/୬୦ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମୀଣ ପାର୍କ ନିର୍ମାଣ ହୋଇଥିବାର ନଜିର୍ ରହିଛି।
ପ୍ରାପ୍ତ ସୂଚନା ଅନୁଯାୟୀ ରେଙ୍ଗାଲି ବ୍ଳକ୍ ର ରେଙ୍ଗଲୋଇ, ଝାଙ୍କରପାଲି, କତରବଗା ଏବଂ ଟାମ୍ପରକେଲା ଗ୍ରାମ ପଞ୍ଚାୟତରେ ଏପର୍ଯ୍ୟନ୍ତ ପାର୍କ ନିର୍ମାଣ କାମ ଆରମ୍ଭ ହୋଇନାହିଁ । କେବଳ ଖିଣ୍ଡା ଏବଂ ବମାଲୋଇ ପଞ୍ଚାୟତର ପାର୍କ ନିର୍ମାଣ କାମ ସମ୍ପୂର୍ଣ ହୋଇଥିବା ବେଳେ ରେଙ୍ଗାଲି, ସାଳଡ, ଲପଙ୍ଗା, ଘିଚାମୁରା, ଲଇଡା, ନିଶାନଭଙ୍ଗା, ଠେଲକୋଲୋଇ, ଜଙ୍ଗଳା, ତବଡାବାହାଲ, କିନାଲୋଇ ପଞ୍ଚାୟତରେ ଗ୍ରାମୀଣ ପାର୍କ ନିର୍ମାଣ କାମ ଅଧାପନ୍ତରିଆରେ ପଡି ରହିଛି। ପାର୍କ ନିର୍ମାଣ ପ୍ରତି ଏଭଲି ଅନାଗ୍ରହ କାହିଁକି ବୋଲି ଜନସାଧାରଣରେ ପ୍ରଶ୍ନ ହେବା ସହିତ ଆଉ କେତେ ବର୍ଷ ପରେ ଅସମ୍ପୂର୍ଣ ପାର୍କ କାମ ସମ୍ପୂର୍ଣ ହେବ ବୋଲି ପ୍ରଶ୍ନ ହେଉଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories