www.samajalive.in
Saturday, December 6, 2025
16.1 C
Bhubaneswar

ଭାରତ ତାରିଫ୍‍ କିଙ୍ଗ: ଟ୍ରମ୍ପ

ନ୍ୟୁୟର୍କ: ବାଣିଜ୍ୟ କଟକଣା ପ୍ରସଙ୍ଗରେ ଭାରତକୁ ପୁଣି ଥରେ ସମାଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତକୁ ‘ତାରିଫ୍‍ କିଙ୍ଗ’ ଭାବରେ ବର୍ଣ୍ଣନା କରି ଟ୍ରମ୍ପ କହିଛନ୍ତି ଯେ ଆମେରିକାରେ ଉତ୍ପାଦିତ ସାମଗ୍ରୀ ଉପରେ ଭାରତ ଉଚ୍ଚ ହାରରେ ଆମଦାନୀ ଶୁଳ୍କ ଲାଗୁ କରୁଛି। କେବଳ ତାଙ୍କୁ ଖୁସି କରିବା ପାଇଁ ବାଣିଜ୍ୟ ସର୍ତ୍ତ ବୁଝାମଣା ପାଇଁ ଆଲୋଚନା କରୁଛି। ଭାରତରେ ଉତ୍ପାଦିତ ସାମଗ୍ରୀ ଉପରେ ଆମେରିକା ଆମଦାନୀ ଶୁଳ୍ପ ବୃଦ୍ଧି କରିବା ଭୟରେ ଭାରତ ଆଲୋଚନା କରୁଛି। ଖୁବ୍‍ ଶୀଘ୍ର ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ଆରମ୍ଭ ହେବ ବୋଲି ସେ କହିଛନ୍ତି।
ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି ଯେ ଭାରତ ଆମେରିକାର ଏକ ଉତ୍ତମ ବନ୍ଧୁ। ତେଣୁ ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଆମେରିକା କୌଣସି ଶୁଳ୍କ ଲାଗୁ କରୁନାହିଁ। ଅପରପକ୍ଷରେ ଆମେରିକାରୁ ରପ୍ତାନି ହେଉଥିବା ସାମଗ୍ରୀ ଉପରେ ଭାରତ ୬୦%ରୁ ଆରମ୍ଭ କରି ୧୦୦% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରୁଛି। ଏଣୁ ଭାରତରୁ ଆମଦାନୀ ସାମଗ୍ରୀ ଉପରେ ୧୦%ରୁ ୨୫% ଶୁଳ୍କ ଲାଗୁ କରିବାକୁ ଆମେରିକା ପ୍ରଶାସନ ଚିନ୍ତା କରୁଛି ବୋଲି ଟ୍ରମ୍ପ ସୂଚନା ଦେଇଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories