ଆଇପିଏଲ ଅନଲାଇନ ବେଟିଂ ; ୫ ଗିରଫ
୪.୫୬ ଲକ୍ଷ ଟଙ୍କା, ୨୦୩ ଗ୍ରାମ ସୁନା ଓ ଦାମୀ କାର ଜବତ
ବ୍ରହ୍ମପୁର : ଆଇପିଏଲ ଅନଲାଇନ ବେଟିଂ କରୁଥିବା ୫ ଅଭିଯୁକ୍ତଙ୍କୁ ବ୍ରହ୍ମପୁରର ଗୋସାଇଁ ନୂଆଗାଁ ଥାନା ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୪ ଲକ୍ଷ ୫୬ ହଜାର ଟଙ୍କା, ୨୦୩ ଗ୍ରାମ ସୁନା ଅଳଙ୍କାର, ଏକ ଦାମୀ କାର, ୯ ଟି ମୋବାଇଲ ଜବତ ହୋଇଛି । ଅଭିଯୁକ୍ତମାନେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଶି ହାଟର ଦିପୁ ନାହାକ(୩୨), କିଟୁ ରାଉତ(୩୬), ଅଶ୍ବିନୀ କୁମାର ପାତ୍ର (୩୧), ପ୍ରସନ୍ନ କୁମାର ସାହୁ (୩୮) ଓ ଗୋପୀନାଥ ମହାରଣା(୨୮) । ଏହି ଅଭିଯୁକ୍ତମାନେ କୋଲକାତାର ଜଣେ ଡିଷ୍ଟ୍ରିବୁଟର ଠାରୁ ଲାଇନ୍ ଆଣି ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ ଅନଲାଇନ ବେଟିଂ ଚଳାଇଥିଲେ ବୋଲି ବ୍ରହ୍ମପୁର ଏସପି ଶ୍ରବଣ ବିବେକ କହିଛନ୍ତି ।
Comments are closed.