www.samajalive.in
Wednesday, December 10, 2025
23.1 C
Bhubaneswar

ମହାତ୍ମା ଗାନ୍ଧିଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇଁ ପ୍ରସ୍ତାବ

ୱାଶିଂଟନ: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ‘କଂଗ୍ରେସନାଲ୍‍ ଗୋଲ୍ଡ ମେଡାଲ୍‍’ ମିଳିବ। ଆମେରିକା ହାଉସ୍‍ ଅଫ୍‍ ରିପ୍ରେଜେଣ୍ଟେଟିଭସର ୬ଜଣ ସଦସ୍ୟ ଏ ସମ୍ପର୍କରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଉକ୍ତ ସଦସ୍ୟଙ୍କ ମଧ୍ୟରେ ୪ ଜଣ ଭାରତୀୟ ବଂଶୋଦ୍ଭବ ଥିବା ଜଣାପଡ଼ିଛି। ଶାନ୍ତି ଓ ଅହିଂସାର ସନ୍ଦେଶ ପ୍ରଚାର କ୍ଷେତ୍ରରେ ବାପୁଜୀଙ୍କ ଅବଦାନକୁ ସ୍ମରଣ କରି ତାଙ୍କୁ ଏହି ସମ୍ମାନ ବେଦା ଲାଗି ପ୍ରସ୍ତାବରେ ଉଲ୍ଲେଖ ରହିଛି।
ଆମେରିକା ହାଉସ୍‍ ଅଫ୍‍ ରିପ୍ରେଜେଣ୍ଟେଟିଭସର କଂଗ୍ରେସ ସଦସ୍ୟ କାରୋଲିନ୍‍ ମାଲୋନି ଗତ ସେପ୍ଟେମ୍ବର ୨୩ତାରିଖରେ ପ୍ରଥମେ ଏହି ପ୍ରସ୍ତାବ ଆଗତ କରିବା ପରେ ସେହି ପ୍ରସ୍ତାବକୁ ଚାରିଜଣ ଭାରତୀୟ ବଂଶୋଦ୍ଭବ ଆମି ବାରା, ରାଜନା କ୍ରିଷ୍ଣାମୂର୍ତ୍ତି, ରୋ ଖାନ୍ନା ଓ ପ୍ରମିଳା ଜୟପାଲ୍‍ ଏବଂ ହାଉସ୍‍ ଅଫ୍‍ କଂଗ୍ରେସନାଲ୍‍ର ଭାରତ ବ୍ୟାପାର ସଦସ୍ୟ ତୁଲସୀ ଗାବ୍ରାଡ୍‍ ସମର୍ଥନ କରିଥିଲେ। ଉକ୍ତ ପ୍ରସ୍ତାବକୁ ବିତ୍ତୀୟ ସେବା କମିଟି ଓ ପ୍ରଶାସନିକ କମିଟି ପାଖକୁ ପଠାଯାଇଛି। କମିଟିର ସବୁଜ ସଙ୍କେତ ମିଳିଲେ ଟ୍ରମ୍ପ ପ୍ରଶାସନ ପ୍ରସ୍ତାବକୁ ମୋହର ମାରିବ।
ଆମେରିକାର ନାଗରିକଙ୍କ ବ୍ୟତୀତ ବିଶ୍ୱର କେତେକ ସ୍ୱନାମଧନ୍ୟ ଓ ବିଶେଷ ବ୍ୟକ୍ତିତ୍ୱଙ୍କୁ ଆମେରିକାର ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଉଛି। ମଦର ଟେରେସା ୧୯୯୭ରେ ଏହି ଗୌରବ ଲାଭ କରିଥିବା ବେଳେ ୧୯୯୮ରେ ନେଲସନ୍‍ ମାଣ୍ଡେଲା, ୨୦୦୦ରେ ପୋପ୍‍ ଜନ୍‍ ପଲ୍‍ – ୨, ୨୦୦୬ରେ ଦଲାଇ ଲାମା, ୨୦୦୮ରେ ଔଙ୍ଗ ସାନ୍‍ ସୁ କି, ୨୦୧୦ରେ ମହମ୍ମଦ ୟୁନୁସ୍‍, ୨୦୧୪ରେ ଶିମନ୍‍ ପେରେସ୍‍ଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories