www.samajalive.in
Tuesday, December 9, 2025
15.1 C
Bhubaneswar

ଆବର୍ଜନା ଗାଡ଼ିରେ ନିଃସହାୟ ମହିଳାଙ୍କ ଶବ: ତେଜୁଛି ଅସନ୍ତୋଷ

ଚେନ୍ନଇ: ଥାନଜଭୁର ପୌରପାଳିକାର କାର୍ଯ୍ୟଶୈଳୀକୁ ନେଇ ସମଗ୍ର ତାମିଲନାଡ଼ୁର ସୋସିଆଲ ମିଡିଆରେ ଅସନ୍ତୋଷର ଦାନା ବାନ୍ଧିବାରେ ଲାଗିଛି। ଆବର୍ଜନା ଗାଡ଼ିରେ ଜନୈକା ନିଃସହାୟ ମହିଳାଙ୍କ ଶବ ବୁହା ହେବା ଘଟଣାକୁ ନେଇ ଦେଖା ଦେଇଛି ଏହି ଅସନ୍ତୋଷ। ରବିବାର ୬୦ବର୍ଷିୟା ଏହି ନିଃସହାୟ ମହିଳା ଜଣକ ଥାନଜଭୁର ବ୍ରିଜ ଉପରେ ମୃତ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଜବତ୍‍ କରି ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲେ ମଧ୍ୟ କେହି ଉକ୍ତ ମହିଳାଙ୍କୁ ଚିହ୍ନଟ କରି ପାରିନଥିଲେ। ଫଳରେ ଅନ୍ତିମ ସଂସ୍କାର ନିମନ୍ତେ ପୁଲିସ ଥାନଜଭୁର ପୌରପାଳିକାକୁ ମୃତଦେହ ହସ୍ତାନ୍ତର କରି ଦେଇଥିଲା। ପୌର କାର୍ଯ୍ୟାଳୟ ପକ୍ଷରୁ କିଛି ମେହେନ୍ତରଙ୍କୁ ଉକ୍ତ ଶବର ସତ୍କାର ନିମନ୍ତେ ଦାୟିତ୍ୱ ପ୍ରଦାନ କରାଗଲା। ମେହେନ୍ତରମାନେ ଉକ୍ତ ମୃତଦେହକୁ ଏକ କନାରେ ବାନ୍ଧି ଆବର୍ଜନା ଗାଡ଼ିରେ ଲଦି ଦେଇଥିଲେ। ଫଳରେ ଆବର୍ଜନା ଓ ମୃତଦେହ ଏକତ୍ରିତ ଶ୍ମାଶାନ ଅଭିମୁଖେ ଯାତ୍ରା କରିଥିଲା। ଘଟଣାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତ୍ରିକ୍ରିୟା ପ୍ରକାଶ ପାଇଛି। ନିଃସହାୟ ମହିଳାଙ୍କ ଅନ୍ତିମ ସଂସ୍କାର ନିମନ୍ତେ ପୌରପାଳିକା ଅନ୍ତତଃପକ୍ଷେ ଏକ ଆମ୍ବୁଲାନ୍ସ ଯୋଗାଇ ଦେବା ଉଚିତ ଥିଲା ବୋଲି ସାଧାରଣରେ ଅଭିଯୋଗ ହୋଇଛି। ପୂର୍ବରୁ କର୍ଣ୍ଣାଟକରେ ମଧ୍ୟ ଜଣେ ସାମ୍ବାଦିକଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ସ୍ଥାନୀୟ ପୁଲିସ ଏକ ଆବର୍ଜନା ଗାଡ଼ିରେ ତାଙ୍କ ମୃତଦେହ ବୋହିବା ଘଟଣା ସୋସିଆଲ ମିଡିଆରେ ସମାଲୋଚିତ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories