www.samajalive.in
Sunday, December 14, 2025
15.1 C
Bhubaneswar

ପୁଣି ରାଜ୍ୟ ବାହାରେ ଦାଦନ ଶ୍ରମିକ ମୃତ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତ ଅଧିନ ରାମପଦର ଗ୍ରାମର ପଞ୍ଚୁ ମଳିକ(୩୫) ପରିବାର ପ୍ରତିପୋଷଣ ପାଇଁ ବହୁ ବର୍ଷ ହେଲା ଆନ୍ଧ୍ରପ୍ରଦେଶ ରାଜ୍ୟର ପେଦାରିକେଟଲା କୁକୁଡ଼ା ଫାର୍ମରେ ଦାଦନ ଶ୍ରମିକ ଭାବରେ କାମ କରୁଥିଲେ। ଗତ ଶନିବାର ଦିନ ସେଠାରେ ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କ ସାଙ୍ଗ ସାଥି ସାହାଯ୍ୟରେ ସେଠାକାର ସରକାରୀ ମେଡ଼ିକାଲକୁ ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ଖବର ପାଇବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। କୁକୁଡ଼ା ଫାର୍ମ ମାଲିକ ଓ ସାଙ୍ଗ ସାଥୀଙ୍କ ସାହାଯ୍ୟରେ ଆନ୍ଧ୍ରପ୍ରଦେଶରୁ ନିଜ ଗ୍ରାମକୁ ଆମ୍ବୁଲାନ୍ସ ଭଡ଼ା କରି ମୃତ ଶରୀର ନେଇ ସୋମବାର ଦିନ ଗାଁରେ ପହଞ୍ଚିଛନ୍ତି। ମୃତଦେହ ଦେଖିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଅପରପକ୍ଷେ ପରିବାରର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ପଞ୍ଚୁ । ସେ ନିଜ ସ୍ଵଳ୍ପ ରୋଜଗାରରେ ପରିବାର ଚଳାଉଥିବା ବେଳେ ତାଙ୍କର ୩ ବର୍ଷର ଗୋଟିଏ ପୁତ୍ର ସନ୍ତାନ ଓ ୩ଟି ଝିଅ ଅଛନ୍ତି। ଏବେ ପରିବାର କିପରି ଚଳିବ ତାକୁ ନେଇ ପରିବାର ଲୋକେ ଚିନ୍ତାରେ । ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories