www.samajalive.in
Wednesday, December 10, 2025
18.1 C
Bhubaneswar

ଆଣ୍ଡାମାନ ଛୁଇଁଲା ମୌସୁମୀ, ୨୭ରେ ପହଞ୍ଚିବ କେରଳ

ଭୁବନେଶ୍ବର: ଆଣ୍ଡାମାନ ସାଗରରେ ପ୍ରବେଶ କଲା ମୌସୁମୀ ବାୟୁ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଲା। ସୋମବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରିଛି। ଏହାର ପ୍ରଭାବରେ ଆଣ୍ଡାମାନ ନିକୋବର ଦୀପପୁଞ୍ଜରେ ପ୍ରବଳ ବର୍ଷା ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ କେରଳରେ ଆସନ୍ତା ୨୭ ତାରିଖରେ ମୌସୁମୀ ପହଞ୍ଚିବ ବୋଲି ଆକଳନ କରାଯାଇଛି। ସାଧାରଣତଃ ଜୁନ ୧ରେ ମୌସୁମୀ କେରଳରେ ପହଞ୍ଚିଥାଏ। ହେଲେ ଚଳିତ ବର୍ଷା ମୌସୁମୀ ଆଗୁଆ ଅଗମନ ହୋଇଥିବାରୁ ଶୀଘ୍ର ପହଞ୍ଚିବା ନେଇ ଆକଳନ କରାଯାଛି। ଆସନ୍ତା ୫ଦିନ ମଧ୍ୟରେ କେରଳ ଓ କର୍ଣ୍ଣାଟକରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
ନିମ୍ନ ଟ୍ରପୋସ୍ପେରିକ ଏରିଆରେ ଦକ୍ଷିଣ ପଶ୍ଚିମ ପବନ ସକ୍ରିୟ ହୋଇଥିବାରୁ ଏହା ବର୍ଷା ପାଇଁ ଅନୁକୂଳ ବାତାବାରଣ ସୃଷ୍ଟି କରିଛି। ସେହିପରି ବଙ୍ଗୋପସାଗରେ ଅନ୍ୟ ଦିଗକୁ ମୌସୁମୀ ଅଗ୍ରସର ପାଇଁ ମଧ୍ୟ ପାଗ ଅନୁକୂଳ ରହିଛି। ଆସନ୍ତା ୨-୩ ଦିନ ମଧ୍ୟରେ ଆଣ୍ଡାମାନ ସାଗରର ପୂର୍ବ କେନ୍ଦ୍ରୀୟ ଅଞ୍ଚଳକୁ ପ୍ରସାରିତ ହେବ ବୋଲି ଜଣାପଡ଼ିଛି।

ଅପରପକ୍ଷରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମେ’ ୧୯ ତାରିଖ ସୁଦ୍ଧା ଏହି ଲଘୁଚାପ ସୃଷ୍ଟି ହେବାର ଆକଳନ କରାଯାଇଛି। ଏହା ଦିନେ କିମ୍ବା ୨ଦିନ ମଧ୍ୟରେ ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରବେଶ କରିବା ସମ୍ଭାବନା ରହିଛି। ଏହାପରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପର ରୁପରେଖ ଏବଂ ପରିବର୍ତ୍ତିତ ପ୍ରଭାବ ସମ୍ପର୍କରେ ଜଣାପଡ଼ିବ। କିନ୍ତୁ ଏହା ଅଧିକ ଘନୀଭୁତ ହୋଇନପାରେ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ.ଆର ବିଶ୍ୱାସ ସୂଚନା ଦେଇଛନ୍ତି। ତେବେ ଆସନ୍ତାକାଲି ଓଡ଼ିଶାର ବିଭିନ୍ନ ଜିଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବର୍ଷା ସମ୍ଭାବନା।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories