www.samajalive.in
Saturday, December 13, 2025
26.1 C
Bhubaneswar

ଜଗନ୍ନାଥ ସଂସ୍କୃତିର ବର୍ତ୍ତାବହ ଥିଲେ ପଦ୍ମଶ୍ରୀ ରଜତ କର

କୁଆଁପାଳ – ପ୍ରଖ୍ୟାତ ସାରସ୍ୱତ ସାଧକ, ଭଞ୍ଜ ସାହିତ୍ୟ ବିଶାରଦ, ଜଗନ୍ନାଥଙ୍କ ପରମ ସେବକ ପଦ୍ମଶ୍ରୀ ରଜତ କରଙ୍କ ସ୍ମୁତିରେ ଜନ୍ମମାଟି ମାହାଙ୍ଗାରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ! କ୍ଷେତ୍ରପାଳ ବିଦ୍ୟାପୀଠ ମାଳିହତା ପ୍ରାଙ୍ଗଣରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାର ପ୍ରାରମ୍ଭରେ ପ୍ରଭୁଦତ୍ତ ମିଶ୍ର, ଧର୍ମେନ୍ଦ୍ର ମିଶ୍ର ଏବଂ ଅବିନାଶ ମିଶ୍ର ଗୀତା ଓ ବେଦ ପାଠ କରିଥିବା ବେଳେ, ମୌଲବୀ ସେକ କରାମ ତୁଲ୍ଲା କୋରାନ ଆବୃତ୍ତି ଏବଂ ସୀମନ ସୁକମେଶ ବାଇବେଲ ପାଠ କରିଥିଲେ।
ଏହି ଶ୍ରଦ୍ଧାଞ୍ଜଳି ସମାରୋହରେ ମୁଖ୍ୟ ଅତିଥିଭାବେ ସାରଳା ସାହିତ୍ୟ ସଂସଦର ସଭାପତି ଇଞ୍ଜିନିଅର ପ୍ରଭାକର ସ୍ୱାଇଁ ଯୋଗଦେଇ ପଦ୍ମଶ୍ରୀ ରଜତ କରଙ୍କୁ ବିଶ୍ୱର ଅନନ୍ୟ ଯଶସ୍ବୀ ପ୍ରତିଭା ବୋଲି ଅଭିହିତ କରିଥିଲେ। କାର୍ୟ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପ୍ରଫେସର ରଘୁନାଥ ପଣ୍ଡା ଯୋଗଦେଇ କହିଲେ ଜଗନ୍ନାଥ ସଂସ୍କୃତି ଓ ଭଞ୍ଜ ସାହିତ୍ୟ ଉଭୟ କ୍ଷେତ୍ରରେ ଡକ୍ଟର ରଜତ କରଙ୍କ ଜୀବନବ୍ୟାପୀ ସାଧନା ଚିର ଅମଳିନ। ବିଶିଷ୍ଟ ଅତିଥି ଭାବେ ସାରସ୍ୱତ ସାଧକ ପାର୍ଥସାରଥୀ ମହାନ୍ତି ଏବଂ ଡାକ୍ତର ଅଂଶୁମାନ କର ଯୋଗଦେଇ ରଜତ କରଙ୍କ କୃତୀ ଓ କୀର୍ତ୍ତିର ମୂଲ୍ୟାୟନ କରିଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଲେ କେବଳ ଭଞ୍ଜ ସାହିତ୍ୟ କିମ୍ବା ଜଗନ୍ନାଥ ତତ୍ୱ ଓ ସନାତନ ଧର୍ମକୁ ନେଇ ରଜତ କର ଓଡ଼ିଶାର ଘରେ ଘରେ ପରିଚିତ ନଥିଲେ। ସେ ଆକାଶବାଣୀ ଓ ଦୂର ଦର୍ଶନ ଜରୀଆରେ କୋଟିକୋଟି ଶ୍ରଦ୍ଧାଳୁଙ୍କ ହୃଦୟକୁ ଛୁଇଁ ପାରିଥିଲେ। ମାଟି ମାଆ ଓ ମଣିଷ ଭିତରେ ଈଶ୍ୱରୀୟ ଚେତନାକୁ ଜାଗୁରିତ କରିବାରେ ପଦ୍ମଶ୍ରୀ ରଜତ କରଙ୍କ ଅବଦାନ ଅତୁଳନୀୟ। ଏହି ଶ୍ରଦ୍ଧାଞ୍ଜଳି କାର୍ୟ୍ୟକ୍ରମକୁ ଶିକ୍ଷାବିତ ଅକ୍ଷୟ କୁମାର ଷଢଙ୍ଗୀ ସଂଚାଳନ କରିଥିଲେ। ଅତିଥି ଭାବେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଉଭୟ ବ୍ଲକର ଚେୟାରମ୍ୟାନ ଦୀପା ମଲ୍ଲିକ ଏବଂ ରୋଜାଲିନ ସେଠୀ ଯୋଗଦେଇ ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ।

ପଦ୍ମଶ୍ରୀ ରଜତ କରଙ୍କୁ ମାହାଙ୍ଗା ମାଟିର କୃତବିଦ୍ୟ ସନ୍ତାନ ବୋଲି ଅଭିହିତ କରି ତାଙ୍କ ସ୍ମୁତିରେ ଡକ୍ଟର ଏକାଦଶୀ ପ୍ରଧାନ, ନାଟ୍ୟକାର ଭାବଗ୍ରାହୀ ଦାଶ, ସାହିତ୍ୟିକ ବିଷ୍ଣୁ ଚରଣ ମିଶ୍ର, ନାଟ୍ୟକାର ଅଭୟ ଦାସ, ସାହିତ୍ୟିକ ସାରଦା ପ୍ରସାଦ ମିଶ୍ର, ଡକ୍ଟର ନିଖିଳେଶ ମହାନ୍ତି, ସାହିତ୍ୟିକ ଅଖିଳେଶ ମହାନ୍ତି,ଡକ୍ଟର ବିଜୟ କୁମାର ରାଉତ, ସାହିତ୍ୟ ସଂଗଠକ ପନଂଗ ଭୂଷଣ ଦାସ, କବି ଗୌତମ ଜେନା,କବି ପ୍ରଫୁଲ୍ଲ ସାହୁ,ଶରତ ଚନ୍ଦ୍ର ରଥ, ସାହିତ୍ୟିକ ଶ୍ରୀଧର ଶେଖର ମହାପାତ୍ର, କବି ଫକୀର ଚରଣ ନାୟକ,କବି ଡମ୍ବରୁଧର ପରିଡା,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକ,ବ୍ଲକ ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ପୂର୍ବତନ ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ଶିକ୍ଷାବିତ ହୃଷିକେଶ ବେହେରା, ଆଇନୀଜୀବୀ ଶ୍ରୀଵନ୍ତ ଜେନା, ବିଦ୍ୟାଧର ସେନାପତି, ବିବେକାନନ୍ଦ ସାହୁ, ଧନେଶ୍ୱର ସେନାପତି, ସରପଞ୍ଚ ରାଜେଶ ବଳ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଦିବଂଗତ ରଜତ କରଙ୍କ ସ୍ମୁତି ଚାରଣ କରିବା ସହ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories