www.samajalive.in
Saturday, December 13, 2025
21.1 C
Bhubaneswar

ଜାତୀୟ ରାଜପଥ କୋଠା ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ

ଲକ୍ଷ୍ମୀପୁର:ବ୍ୟବହୃତ ନହୋଇ ଭାଙ୍ଗିବାକୁ ବସିଲାଣି କୋଟି କୋଟି ଟଙ୍କା ବ୍ୟୟ ରେ ଜାତୀୟ ରାଜପଥର ଅନେକ କୋଠା। କୋରାପୁଟ ଜିଲା ଲକ୍ଷ୍ମୀପୁର ଠାରେ ଏବେ ଦେଖିବାକୁ ମିଳିଛି ଏହିଭଳି ଅବ୍ୟବସ୍ଥା। ଦୀର୍ଘ ବର୍ଷ ହେଲା ଜାତୀୟ ରାଜପଥ ସହିତ ଗ୍ରାମ୍ୟଉନ୍ନୟନ ବିଭାଗର ଅନେକ କୋଠା ଯାହାକି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା ଦୀର୍ଘ ବର୍ଷ ହେଲା ବ୍ୟବହାର ନହୋଇ ଭାଙ୍ଗିବାକୁ ବସିଲାଣି। ଏବେ ଏସବୁ କୋଠାଗୁଡ଼ିକ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଆଶ୍ଚର୍ୟ୍ୟର କଥା ଏଭଳି ଅନେକ କୋଠା ବ୍ୟବହୃତ ହେଉଥିବା ବେଳେ ବର୍ତ୍ତମାନ ନିକଟରେ ପୁଣି ନୂତନ କୋଠା ନିର୍ମାଣ ହେବାକୁ ଯାଉଛି କୋଠା।
ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏଠାରେ ଚାରିଗୋଟି କୋଠା ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀମାନେ ରହିବା ପାଇଁ ନିର୍ମାଣ ହୋଇଥିବା ବେଳେ ସେମାନେ ପୁର୍ତ୍ତ ବିଭାଗ କୋଠାରେ ରହୁଛନ୍ତି। ସେହିପରି ଗ୍ରାମ୍ୟଉନ୍ନୟନ ବିଭାଗର ଯନ୍ତ୍ରୀ ଓ କର୍ମଚାରୀ ମାନଙ୍କ ନିମନ୍ତେ ଅନ୍ୟ ତିନିଟି କୋଠା ନିର୍ମାଣ ହୋଇଥିବା ବେଳେ ସେମାନେ ଏଠାରେ ରହୁନାହାନ୍ତି। ଯେଉଁଥିପାଇଁ ଏହି ସ୍ଥାନଗୁଡିକ ବର୍ତ୍ତମାନ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏପରିକି ମଦ୍ୟପ ମାନଙ୍କ ନିମନ୍ତେ ଏହି ସ୍ଥାନଟି ବାର ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ। ସେହିପରି ଯେଉଁ କୋଠା ଗୁଡିକ ନିର୍ମାଣ ହୋଇଥିଲା ତାହା ଦୀର୍ଘ ବର୍ଷ ବର୍ଷ ଧରି ବ୍ୟବହାର ନହୋଇ ଭାଙ୍ଗିବାକୁ ବସିଲାଣି। କିନ୍ତୁ ଉକ୍ତ ସ୍ଥାନରେ ବର୍ତ୍ତମାନ ପୁଣି କୋଠା ନିର୍ମାଣ ହେବାକୁ ଯାଉଥିବା ବେଳେ ସରକାରୀ ଅଧିକାରୀଙ୍କ ଏଭଳି ଖିଆଲି ମନୋଭାବ ଯୋଗୁଁ କୋଟି କୋଟି ଟଙ୍କା ପାଣିରେ ପଡୁଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories