ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତଣ୍ଡୋ ଗ୍ରାମରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା। ସାପ କାମୁଡାରେ ଘଟିଯାଇଛି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳା ଜଣକ ଗ୍ରାମର ଗୁଲୁ ମୁଣ୍ଡାଙ୍କ ପତ୍ନୀ ପୁଟୁ ମୁଣ୍ଡା(୩୦) ବୋଲି ଜଣାପଡିଛି। ଦିବା ୩ଘଟିକା ସମୟରେ ନିକଟସ୍ଥ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିବା ସମୟରେ ଏକ ବିଷାକ୍ତ ସାପ କାମୁଡି ଦେଇଥିବାରୁ ସେ ସେଭଳି ଅବସ୍ଥାରେ ଘରକୁ ଚାଲି ଆସିଥିଲେ। ପରିବାର ଲୋକେ ସାପ କାମୁଡି ଥିବା ଦେଖି ତାଙ୍କୁ ଚିକିତ୍ସା ନିମନ୍ତେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଘଟଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।
Popular Categories



