www.samajalive.in
Sunday, December 14, 2025
26.1 C
Bhubaneswar

ଜାମାଇକାରେ ପହଁଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଡେସ୍କ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାମାଇକାଠାରେ ପହଞ୍ଚିଛନ୍ତି। ଏହା ଭାରତର ରାଷ୍ଟ୍ରପତିଙ୍କ ଜମାଇକାକୁ ପ୍ରଥମ ଗସ୍ତ।ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ତାଙ୍କର ଜାମାଇକା ଗସ୍ତ ଅବସରରେ ସେ ଜାମାଇକା ଗଭର୍ଣ୍ଣର ଜେନେରାଲ୍‍ ସାର୍‍ ପ୍ୟାଟ୍ରିକ୍‍ ଏଲେନ୍‍ଙ୍କ ସହ ପ୍ରତିନିଧି ମଣ୍ଡଳ ସ୍ତରୀୟ କଥାବାର୍ତ୍ତା କରିବେ। ଭାରତ ଓ ଜାମାଇକା ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ଦ୍ୱାରା ଦୁଇଦେଶ ମଧ୍ୟରେ ଥିବା ସଂପର୍କ ଅଧିକ ଦୃଢ଼ୀଭୂତ ହୋଇପାରିବ ବୋଲି ଆଶା କରାଯାଉଛି। ଜାମାଇକା ଗସ୍ତ ପରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ୧୮ରୁ ୨୧ ତାରିଖ ମଧ୍ୟରେ ସେଣ୍ଟ ଭିନସେଣ୍ଟ ଗସ୍ତ କରିବେ। ସେଠାରେ ସେ ଗଭର୍ଣ୍ଣର ଜେନେରାଲ୍‍ ଶ୍ରୀମତୀ ସୁସାନ ଡୋଗାନ୍‍ଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories