www.samajalive.in
Sunday, December 14, 2025
26.1 C
Bhubaneswar

ଦିଲ୍ଲୀ ଅଗ୍ନିକାଣ୍ଡ; ମୃତ୍ୟୁସଂଖ୍ୟା ୩୦କୁ ବୃଦ୍ଧି, ୨୯ ନିଖୋଜ

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ରେଳ ଷ୍ଟେସନ ନିକଟ ଏକ କୋଠାରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ମୃତ୍ୟୁସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଶନିବାର କୁଲିଂ ଅପରେସନ ସମୟରେ ଆଉ ତିନିଟି ମୃତଦେହ ମିଳିଥିବା ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି। ଶୁକ୍ରବାର ଅପରାହ୍ଣରେ ଉକ୍ତ ତିନି ମହଲା କୋଠାରେ ନିଆଁ ଲାଗିଥିଲା। ମଧ୍ୟରାତ୍ର ସୁଦ୍ଧା ୨୭ଟି ମୃତଦେହ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ମୃତଦେହଗୁଡିକ ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ପୋଡି ଯାଇଥିବାରୁ ସେଗୁଡିକ ଚିହ୍ନଟ କରିବା ଅସମ୍ଭବ ହୋଇଛି । ସଞ୍ଜୟ ଗାନ୍ଧୀ ହସ୍ପିଟାଲର ଡାକ୍ତର ଏସ୍‌କେ ଆରୋରା କହିଛନ୍ତି ଯେ ୨୭ଟି ମୃତଦେହ ମଧ୍ୟରୁ ମାତ୍ର ୭ଟିକୁ ଚିହ୍ନଟ କରାଯାଇଛି। ମୃତଦେହଗୁଡିକୁ ଚିହ୍ନଟ ପାଇଁ ଡିଏନ୍‌ଏ ନମୁନା ସଂଗ୍ରହ କରାଯାଇଛି । ଅନ୍ୟପଟେ କୋଠା ମଧ୍ୟରେ କାର୍ଯ୍ୟ କରୁଥିବା ୨୯ଜଣ ଶ୍ରମିକ ନିଖୋଜ ଥିବା ଅଭିଯୋଗ ହୋଇଛି। ନିଖୋଜ ବ୍ୟକ୍ତିଙ୍କ ମୃତଦେହଗୁଡିକ ପୋଡି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଇଛି। କାରଣ ନିଆଁ ବହୁତ ସମୟ ପର୍ଯ୍ୟନ୍ତ ଜଳିଥିଲା।

ଦିଲ୍ଲୀ ଅଗ୍ନିଶମ ବିଭାଗ ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି ଯେ ନିଆଁ ଲାଗିଥିବା କୋଠାର ଆପତ୍ତିବିହୀନ ପ୍ରମାଣପତ୍ର (ଏନଓସି) ନଥିଲା। ଏପରିକି କୋଠାରେ କମ୍ପାନୀ କାର୍ଯ୍ୟାଳୟ ଚଳାଇବା ଲାଗି ପୌର ନିଗମର ଅନୁମତି ପତ୍ର ନଥିଲା। ଅଧିକାଂଶ ମୃତଦେହ କୋଠାର ଦ୍ବିତୀୟ ମହଲାରୁ ଉଦ୍ଧାର କରାଯାଇଛି। ଅପରାହ୍ଣ ୪ଟା ୪୦ରେ ନିଆଁ ଲାଗିବା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ସୂଚନା ମିଳିଥିଲା। ୫ରୁ ୧୦ମିନିଟ୍ ମଧ୍ୟରେ ଦମକଳ ଘଟଣାସ୍ଥଳରେ ପହଞ୍ଚିଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେବା ସହିତ ମୃତକଙ୍କ ପରିବାର ପାଇଁ ୧୦ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

- Advertisement -

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପାଇଁ ୨ଲକ୍ଷ ଓ ଆହତଙ୍କ ପାଇଁ ୫୦ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଥିଲେ। ପୁଲିସ ଆଇପିସି ଧାରା ୩୦୪-ଏ (ଅବହେଳା ଜନିତ ମୃତ୍ୟୁ), ୩୦୮ (ଉଦ୍ଦେଶ୍ୟ ରହିତ ହତ୍ୟା), ୧୨୦ ବି (ଫୌଜଦାରୀ ଷଡଯନ୍ତ୍ର) ଓ ୩୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କୋଠାରେ କାର୍ଯ୍ୟ କରୁଥିବା ଦୁଇଟି କମ୍ପାନୀର ମାଲିକ ହରିଶ ଗୋୟଲ ଓ ବରୁଣ ଗୋୟଲଙ୍କୁ ଗିରଫ କରାଯାଇଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories