www.samajalive.in
Sunday, December 14, 2025
15.1 C
Bhubaneswar

ଟ୍ରାଫିକ ସମସ୍ୟାରେ ଛନ୍ଦି ହେଲାଣି ଅତାବିରା

ରେଙ୍ଗାଲିକେମ୍ପ: ସମୟର ପରିବର୍ତ୍ତନ କ୍ରମେ ସହର ଗୁଡ଼ିକର ଅବସ୍ଥା ମଧ୍ୟ ବଦଳି ଚାଲିଛି। ୫ /୧୦ ବର୍ଷ ଆଗରୁ ଅତାବିରା ଯେମିତି ଥିଲା, ଏବେ ପୁରା ବଦଳିଯାଇଛି। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ କୋଠାଘର, ଦୋକାନ ବଜାର ଆଉ ବିଭିନ୍ନ ବିଭାଗର ଅଫିସର ମଧ୍ୟ କାୟା ବିସ୍ତାର ହୋଇ ଚାଲିଛି। ଏହା ସାଙ୍ଗକୁ ଯାନବାହନର ସଂଖ୍ୟା ଯେଉଁ ହାରରେ ବଢ଼ି ଚାଲିଛି, ତାର ଆକଳନ କରିବା ବି କଷ୍ଟକର ବ୍ୟାପାର ହୋଇପଡିଛି। ଫଳରେ ଟ୍ରାଫିକ ସମସ୍ୟା ବଢ଼ି ଚାଲିଛି।

ରାସ୍ତା ଉପରେ ଘର କରିବା, ସରକାରୀ ଜାଗା କୁ କବ୍ଜା କରି ଦୋକାନ ତିଆରି କରିବା, ଗାଡ଼ି ଗୁଡ଼ିକ ମନ ଇଚ୍ଛା ରାସ୍ତା ଉପରେ ରଖିବା ଆଦି ମାନସିକତା ମଣିଷ ମନରେ ବଢ଼ି ଚାଲିଛି। ପରିଣାମ ସ୍ବରୂପ ରାସ୍ତା ଅବରୋଧ ହୋଇ ସଂକୀର୍ଣ୍ଣ ହୋଇଯାଇଛି। ଆଉ ଏଥିପାଇଁ ଟ୍ରାଫିକ ସମସ୍ୟା ବଢ଼ିଯାଇ ଗମନାଗମନ ଉପରେ ପ୍ରଭାବ ପକାଇଛି। ଘରୁ ବାହାରି ଘରକୁ ନ ଫେରିବା ଯାଏଁ ପରିବାରବର୍ଗଙ୍କ ମନରେ ଅହେତୁକ ଭୟ ସୃଷ୍ଟି ହେଉଛି। ଦୁର୍ଘଟଣା ପରେ ଦୁର୍ଘଟଣା ଘଟି ଚାଲିଛି। ପ୍ରତି ଛକରେ ଟ୍ରାଫିକ ବ୍ୟବସ୍ଥା କରିବା, ଜବର୍ ଦାଖଲ ଉଚ୍ଛେଦ କରିବା, ଗାଡ଼ି ପାର୍କିଂ ଜାଗାରେ ହିଁ ଗାଡ଼ି ଗୁଡ଼ିକ ରଖିବା, ସଂକୀର୍ଣ୍ଣ ରାସ୍ତାକୁ ଚଉଡା କରିବା, ନିୟମ ଉଲ୍ଲଘଂନକାରିଙ୍କୁ ଯଥାବିଧି ଆଇନ୍ ଅନୁଯାୟୀ ଦଣ୍ଡିତ କରିବା ଆଦି ଉପରେ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ। ପୁଲିସ ଓ ପ୍ରଶାସନ ଉଭୟର ପ୍ରଚେଷ୍ଟାରେ ହିଁ ଏହା ସମ୍ଭବ ହୋଇ ପାରିବ। ତେଣୁ ଏଥିପ୍ରତି ସେମାନେ ବିଶେଷ ଦୃଷ୍ଟି ଦେବା ପାଇଁ ଜନ ସାଧାରଣରେ ଦାବି ହେଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories