www.samajalive.in
Sunday, December 14, 2025
26.1 C
Bhubaneswar

ବୌଦ୍ଧରେ ରାଷ୍ଟ୍ରୀୟ ଲୋକଅଦାଲତ, ୪୮ଟି ବିଚାରଧୀନ ମାମଲାର ଶୁଣାଣୀ

ବୌଦ୍ଧ : ବୌଦ୍ଧ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲା ନ୍ୟାୟାଳୟ ପରିସରରେ ରାଷ୍ଟ୍ରିିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟ ବିକ୍ରମ କୁମାର ପ୍ରଧାନଙ୍କ ଅଧକ୍ଷତାରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବମୋଟ ୪୮ଗୋଟି ବିଚାରାଧିନ ମାମଲା ଯଥା ମୋଟର ଗାଡି ଦୁର୍ଘଟଣା ଜନିତ ମୋକଦ୍ଦମା, ପାରିବାରିକ ମାମଲା,ଦେବାନୀ ମୋକଦ୍ଦମା ସହିତ ବିଭିନ୍ନ ମାମଲାର ଶୁଣାଣି କରାଯାଇଥିଲା। ଏଥିସହିତ ୧୩ ଗୋଟି ପ୍ରାକ୍ ମୋକଦ୍ଦମା ଯଥା ବ୍ୟାଙ୍କ ମାମଲାର ଫଇସଲା କରାଯାଇ ୧୭.୮୩.୬୦୦ ଟଙ୍କା ଆଦାୟ କରାଯାଇଥିଲା। ଏଥିରେ ପରିବାର ଅଦାଲତ ବିଚାରପତି ପ୍ରଶନ୍ନ କୁମାର କର୍ଣ୍ଣ, ରେଜିଷ୍ଟ୍ରାର ସୁଚିତ୍ରା ପରମଗୁରୁ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଚରଣଜିତ ଓରାମ, ଉପଖଣ୍ଡିୟ ବିଚାର ବିଭାଗୀୟ ଅଧିକାରୀ ସୁମିତ୍ରା ସାହୁ, ଏବଂ ପ୍ରୋବେସନ୍ ମାଜିଷ୍ଟ୍ରେଟ୍ ବିକାଶ କିରନ୍ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories