www.samajalive.in
Sunday, December 14, 2025
19.1 C
Bhubaneswar

ପୋଖରୀରେ ବୁଡି ଜଣେ ମୃତ

ଚୌଦ୍ୱାର: ଚୌଦ୍ୱାର ଓଟିଏମ କଲୋନି ୧୨ନଂ ୱାର୍ଡ କଳମଝରୀ ପୋଖରୀରେ ବୁଡି ଜଣକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ୮ନଂ ୱାର୍ଡର ନିରଞ୍ଜନ ସେଠୀ ( ୪୭)। ନିରଞ୍ଜନଙ୍କ ପତ୍ନୀଙ୍କ କହିବାନୁଯାୟୀ ସବୁଦିନ ନିରଞ୍ଜନ ଉକ୍ତ ପୋଖରୀରେ ଗାଧେଇ ଥାନ୍ତି। ଶନିବାର ଦିନ ପ୍ରାୟ ୧୨ଟା ସମୟରେ ସେ ପୋଖରୀରେ ଗାଧାଉଥିବା ବେଳେ ବୁଡି ଯାଇଥିଲେ। କୁଳରେ ଛିଡା ହୋଇଥିବା ତାଙ୍କ ପୁଅ ଓ ପତ୍ନୀ ତାଙ୍କୁ ଉଦ୍ଧାର କରିବା ପାଇଁ ପାଖ ଲୋକଙ୍କୁ ଡାକ ପକାଇଥିଲେ ହେଁ ପାଖ ଲୋକ ଆସି ତାଙ୍କୁ ଉଦ୍ଧାର କରିବା ବେଳକୁ ନିରଞ୍ଜନଙ୍କ ମୃତ୍ୟୁ ହୋଇସାରିଥିଲା। ଖବର ପାଇ ଚୌଦ୍ୱାର ପୁଲିିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୁର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସହଯୋଗରେ ଆମ୍ବୁଲାନ୍ସ ଯୋଗେ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡଡାକ୍ତରଖାନା ପଠାଯାଇଛି।

ସୁଚନା ଅନୁଯାୟୀ ନିରଞ୍ଜନ ପେଷାରେ ଜଣେ ଟ୍ରଲିଚାଳକ ହୋଇଥିବା ବେଳେ ଦୁଖକଷ୍ଟରେ କାଳାତିପାତ କରୁଥିଲେ। ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ଓ ସ୍ଥାନୀୟ କାଉନସିଲର ଖବରପାଇ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ସହିତ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ତୁରନ୍ତ ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗଇଦେବାକୁ ୱାର୍ଡବାସୀଙ୍କ ତରଫରୁ ଦାବି ହେଉଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories