www.samajalive.in
Sunday, December 14, 2025
26.1 C
Bhubaneswar

ହରିଶଙ୍କରରେ ଯୁବ କୁଲତା ସମାଜର ଅନ୍ନଛତ୍ର

ବଲାଙ୍ଗିର: ବଲାଙ୍ଗିର ଜିଲା ଯୁବ କୁଲୁତା ସାମାଜ ଅଧିନସ୍ଥ ଖପ୍ରାଖୋଲ ବ୍ଲକ କମିଟି ପକ୍ଷରୁ ବୈଶାଖ ମେଳା ଉପଲକ୍ଷେ ହରିଶଙ୍କରରେ ଏକ ଅନ୍ନଛତ୍ରର ଶୁଭାରମ୍ଭ ହୋଇଛି। ବୈଶାଖ ଚତୁର୍ଦ୍ଦଶୀ ମେଳା ପାଇଁ ଦୂର ଦୂରାନ୍ତରୁ ଆସୁଥିବା ଲୋକଙ୍କୁ ନିଶୁଳ୍କ ଅନ୍ନପ୍ରସାଦ ବଣ୍ଟନ କରାଯିବ ବୋଲି ଖପ୍ରାଖୋଲ ବ୍ଲକ ଯୁବ କୁଲୁତା ସମାଜ ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥାନୀୟ ବିଧାୟକ ସରୋଜ ମେହେର, ବଲାଙ୍ଗିର ଜିଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ, ଖପ୍ରାଖୋଲ ବ୍ଲକ ସଭାପତି ଅକ୍ଷୟ ପ୍ରଧାନ, ସମ୍ପାଦନ ସୁଶାନ୍ତ ପଧାନ, ଯଶୋବନ୍ତ ସାହୁ, ସନ୍ତୋଷ ପଧାନ, ଓଁକାର ଭୋଇ, ସରୋଜ କୁମାର ସାହୁ, ଜ୍ୟୋତିଷ ଚନ୍ଦ୍ର ସାହୁ, ଡୋଳାମଣି ସାହୁ, ବିଶ୍ୱଜିତ ପଧାନ, ନେତ୍ର ବାରିକ, ଜୟକୃଷ୍ଣ ଭୋଇ, କୁଶରାଜ ଭୋଇ, ସଞ୍ଜିବ ବାରିକ, ରମାକାନ୍ତ ଭୋଇ, ବସନ୍ତ ପଧାନ, ହରିଶ ପାତ୍ର, ବିକାଶ ବାରିକ, ନିତ୍ୟାନନ୍ଦ ଭୋଇ, ଜିତେନ୍ଦ୍ର ବିଶ୍ୱାଳ, ମୁକେଶ ପଧାନ, ପ୍ରକାଶ ପଧାନ, ପ୍ରେମ ସାହୁ ତଥା ଖପ୍ରାଖୋଲ ଅଞ୍ଚଳର କୁଲୁତା ସମାଜର ସମସ୍ତ ବରିଷ୍ଠ ସଦସ୍ୟ ଉପସ୍ଥିତ ରହିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories