www.samajalive.in
Sunday, December 14, 2025
26.1 C
Bhubaneswar

ଅଟୋ ଗ୍ୟାରେଜ୍‍ ଜାଳିଦେଲେ ଦୁର୍ବୃତ, ଥାନାରେ ମାମଲା

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଚାରିଛକ ବଜାରରେ ଥିବା ଏକ ଅଟୋ ଗ୍ୟାରେଜ୍‍ରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୁତ ନିଆଁଲଗାଇ ଜାଳିଦେଇଥିବା ଜଣାପଡ଼ିଛି। ଏ ସର୍ମ୍ପକରେ ଗ୍ୟାରେଜ୍‍ ମାଲ୍ଲିକ ନାରାୟଣ କହଁର ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଚାରିଛକ ଚେକ ଗେଟ ନିକଟରେ ଯାଜପୁର ଗ୍ରାମର ନାରାୟଣ କହଁର ଏବଂ ଝାଡ୍ରାଜିଂ ଗ୍ରାମର ଶେଷଦେବ ପ୍ରଧାନ ଦୁହେଁ ମିଶି ଦୀର୍ଘ ୪ବର୍ଷ ହେଲା ଏକ ଅଟୋ ଗ୍ୟାରେଜ୍‍ ଦୋକାନ କରିଥିଲେ। ସେହି କ୍ୟାବିନରେ ସେମାନେ ତାଲା ପକାଇଥିବା ବେଳେ ଅନ୍ୟ କେହି ୫ ଥର ହେବ ତାଲା ଉପରେ ଆଉ ଏକ ତାଲା ପକାଉଥିଲେ।

ଏ ବାବଦରେ ଗତ ୩ତାରିଖ ନାରାୟଣ ପୁରୁଣାକଟକ ଥାନାରେ ଲିଖିତ ଭାବେ ଜଣାଇଥିଲେ। ମାତ୍ର ଏହା ଉପରେ ପୁଲିସ କୌଣସି ପଦକ୍ଷେପ ନେଇନଥିଲା। ଗତ ରାତିରେ କ୍ୟାବିନରେ କେହି ନଥିବା ସମୟରେ କେହି ଦୁର୍ବୃତ ନିଆଁ ଲଗାଇ ଜାଳି ଦେଇଥିଲେ। ଫଳରେ କ୍ୟାବିନରେ ଥିବା ପାଖାପାଖି ଅଢେଇ ଲକ୍ଷଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ତାଲା ପକାଇବା ବାବଦରେ ଚାରିଛକର ଅନାଥ ସାହୁ ତାଙ୍କୁ ପ୍ରତିବାଦ କରୁଥିବାରୁ ଏହି ଘଟଣାରେ ସେ ଲିପ୍ତ ଥିବା ସନ୍ଦେହ କରୁଥିବା ଏତଲାରେ ଦର୍ଶାଇଛନ୍ତି। ତୁରନ୍ତ ପୁଲିସ ଏ ଘଟଣା ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି। ଏ ସର୍ମ୍ପକରେ ପୁରୁଣାକଟକ ଆଇଆଇସି ଜ୍ୟୋସ୍ନା କାଉଁରୀଙ୍କୁ ପଚାରିବାରୁ ଅଭିଯୋଗ ଉପରେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories