ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଆଜି ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୮୦ ଲିଟର ଚୋରା ମହୁଲି ମଦ ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ କେନ୍ଦେଇପଶି ଗ୍ରାମର ପ୍ରଦୀପ ବେହେରା, ବଣମହୁଲଡିହା ଗ୍ରାମର ପଦନ ମୁର୍ମୁ ଓ ନାରାୟଣ ମାଝୀ ଓ କୁମୁଳାବାହାଳି ଗ୍ରାମର ଦୈତାରୀ ପାତ୍ର ବୋଲି ଜଣାପଡିଛି। ଏହା ସହ ସମସ୍ତ ୪ ଜଣଙ୍କୁ ବେଆଇନ ମଦ କାରବାର ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ। ଏହି ଚଢାଉରେ ପାଟଣା ଅବକାରୀ ଥାନା ଅଧିକାରୀ ଜନାର୍ଦ୍ଦନ ପଲେଇ, ଘଟଗାଁ ଅବକାରୀ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ପରିଡା, ଏଏସ୍ଆଇ ରଙ୍ଗାଧର ପାତ୍ର, କନେଷ୍ଟବଳ ମିଥୁନ ଜେନା, ସମିର ମହାନ୍ତି ଓ ଆରତୀ ବେହେରା ସାମିଲ ଥିଲେ।
Popular Categories



