www.samajalive.in
Sunday, December 14, 2025
16.1 C
Bhubaneswar

ସ୍ତ୍ରୀକୁ ପିଟିପିଟି ମାରିବା ପରେ ଆତ୍ମହତ୍ୟା କଲା ସ୍ବାମୀ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଖୁଣ୍ଟସମଲାଇ ଗ୍ରାମରେ ବୁଧବାର ସଂଧ୍ୟାରେ ଜଣେ ମଦ୍ୟପ ସ୍ୱାମୀ ଏକ କାଠ ଫାଳିଆରେ ନିଜ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ଘରୁ ଫେରାର ମାରିଥିଲେ। ଗୁରୁବାର ପୂର୍ବାହ୍ଣ ୧୧ ଘଣ୍ଟା ବେଳକୁ ତାଙ୍କ ମୃତଦେହ ନିଜ ଘରଠାରୁ ପ୍ରାୟ ୨୦୦ ମିଟର ଦୂର ଅନ୍ୟ ଜଣକର ବାଡିପଟେ ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ସ୍ବାମୀର ନାଁ ଘାସି ତଅଁଳା(୫୦) ଓ ମୃତ ପତ୍ନୀ କୁନ୍ତୀ ତଅଁଳା(୪୫) ବୋଲି ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପ୍ରକାଶ ଯେ, ଖୁଣ୍ଟସମଲାଇ ଗ୍ରାମରେ ରହୁଥିବା ଘାସି ଜଣେ ମଦ୍ୟପ ଥିଲେ। ପ୍ରାୟ ସବୁଦିନ ସଂଧ୍ୟାରେ ମଦ ନିଶାରେ ଚୁର୍‍ ହୋଇ ନିଜ ଘରେ ପାଟି ତୁଣ୍ଡ କରୁଥିବା ସହ ପରିବାର ସଦସ୍ୟଙ୍କ ସହ କଳି ଝଗଡ଼ା କରୁଥିଲେ। ବୁଧବାର ସଂଧ୍ୟାରେ ପ୍ରଚୁର ନିଶାସକ୍ତ ଅବସ୍ଥାରେ ନିଜ ଘରେ ପହଞ୍ଚି ଆହୁରି ମଦ ପିଇବା ନିମନ୍ତେ ନିଜ ସ୍ତ୍ରୀଙ୍କୁ ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ କଳିଗୋଳ ଆରମ୍ଭ ହୋଇଥିଲା। ପରେ ଝଗଡ଼ା ଏଭଳି ଉଗ୍ର ରୂପ ନେଇଥିଲା ଯେ, କ୍ରୋଧ ଜର୍ଜରିତ ଘାସି ଏକ ଶକ୍ତ କାଠ ଫାଳିଆରେ ନିଜ ସ୍ତ୍ରୀ କୁନ୍ତୀଙ୍କ ମୁଣ୍ଡରେ ପିଟିବା ଫଳରେ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହେବା ସହ ଅଚେତ ଅବସ୍ଥାରେ କୁନ୍ତୀ ଘରେ ପଡ଼ି ରହିଥିଲେ। ଅନ୍ୟପଟେ ଗାଁର ଏକ ଇଟାଭାଟିରେ କାମ କରୁଥିବା କୁନ୍ତୀଙ୍କ ବଡପୁଅ ପିଣ୍ଟୁଙ୍କୁ ତାଙ୍କ ସ୍ତ୍ରୀ ଘଟଣା ସଂପର୍କରେ ଫୋନ ଦ୍ୱାରା ଜଣାଇବା ପରେ ସଂଧ୍ୟା ପ୍ରାୟ ୭ ଘଣ୍ଟା ୩୦ ମିନିଟ ବେଳକୁ ପିଣ୍ଟୁ ଘରେ ପହଞ୍ଚି ଉକ୍ତ ନାରକୀୟ କାଣ୍ଡ ଦେଖିଥିଲେ। ସଙ୍ଗେ ସଙ୍ଗେ ସେ ତାଙ୍କର ଭାଇ ସହ ଚେତାଶୂନ୍ୟ ଅବସ୍ଥାରେ ଥିବା ନିଜ ମାଆଙ୍କୁ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ନିଜ ସ୍ତ୍ରୀଙ୍କୁ ମାଡ ମାରିବା ପରେ ଘାସି ଫେରାର ମାରିଥିଲେ। ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ଆଜି ପୂର୍ବାହ୍ଣ ପ୍ରାୟ ୧୧ ଘଣ୍ଟା ବେଳେ ତାଙ୍କର ମୃତଦେହ ନିଜ ଘରଠାରୁ ପ୍ରାୟ ୨୦୦ ମିଟର ଦୂର ଗ୍ରାମର ଅନ୍ୟ ଜଣକଙ୍କ ବାଡ଼ି ପଟେ ପଡ଼ିଥିବା ଦେଖିବାକୁ ମିଳିଥିଲା।

- Advertisement -

ଉଲ୍ଲେଖଯୋଗ୍ୟ ଯେ, ମୃତଦେହ ପଡ଼ିଥିବା ସ୍ଥାନ ନିକଟରେ ଘର ଛାତରେ ଏକ ଗାମୁଛା/ଲୁଙ୍ଗି ଝୁଲୁଥିବା ଦେଖାଯାଇଛି। ସମ୍ଭବତଃ ଘାସି ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିବା ଉଦ୍ୟମରେ ବିଫଳ ହେବା ପରେ ବିଷ ପିଇ ଆତ୍ମହତ୍ୟା କରିଥାଇ ପାରନ୍ତି। ଲରମ୍ଭା ପୁଲିସ ଉଭୟ ମୃତଦେହକୁ ଜବତ କରି ଅଧିକ ତଦନ୍ତ ଚଳାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories