www.samajalive.in
Saturday, December 13, 2025
26.1 C
Bhubaneswar

ଚୌଦ୍ୱାରରେ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବ ଶୁଭାରମ୍ଭ

ଚୌଦ୍ୱାର: ଚୌଦ୍ୱାରରେ ଚଳିତ ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ପଞ୍ଚରାତ୍ର ମହୋତ୍ସବ ବୁଧବାର ଦିନ ଶୁଭାରମ୍ଭ ହୋଇଛି।ଅପରାହ୍ନରେ ପୁରୀରୁ ଆଜ୍ଞାମାଳ ଆସି ପହଞ୍ଚିବା ପରେ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଗାନ୍ଧୀଛକ ଠାରେ ଆଜ୍ଞାମାଳକୁ ନାମ ସଂକୀର୍ତ୍ତନ ପୂର୍ବକ ଶୋଭାଯାତ୍ରାରେ ନେଇ କପାଳେଶ୍ୱର ମନ୍ଦିରରେ ନିର୍ମିତ ଆସ୍ଥାନରେ ପ୍ରତିଷ୍ଠା କରିଥିଲେ। ଶ୍ରୀଜୀଉ ମାନଙ୍କ ରୀତିନୀତିରେ ପୂଜାର୍ଚ୍ଚନା ପରେ ଦେବୀ ଦେବାର୍ଚ୍ଚନା ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ସଂଧ୍ୟା ଆଳତି ପରେ ଜଗନ୍ନାଥ ସଂସ୍କୃତି ଓ ମହାତ୍ମ୍ୟ ପ୍ରବର୍ଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଭାତରେ ନଗର ସଂକୀର୍ତ୍ତନ ଓ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଚୌଦ୍ୱାର ଜଗନ୍ନାଥ ଭକ୍ତ ସମାଜର ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ପୁରୁଷ ଓ ମହିଳାଙ୍କ ସମେତ ଜଗନ୍ନାଥ ପ୍ରେମୀମାନେ ଯୋଗଦେଇ ଶ୍ରୀ ଜିଲଙ୍କ ଦର୍ଶନ ଲାଭ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories