www.samajalive.in
Thursday, December 11, 2025
18.1 C
Bhubaneswar

ଲୋକର ଇତିହାସ ନୁହେଁ; କାର୍ଯ୍ୟକଳାପକୁୁ ବିଚାର କରାଯାଏ: ଜଷ୍ଟିସ ମିଶ୍ର

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ବିଦାୟୀ ପ୍ରଧାନ ବିଚାରପତି ଦୀପକ ମିଶ୍ର ସୋମବାର ତାଙ୍କ ଅନ୍ତିମ କାର୍ଯ୍ୟଦିବସରେ ନିଜର ଉତ୍ତରାଧିକାରୀ ଜଷ୍ଟିସ ରଞ୍ଜନ ଗୋଗଇଙ୍କ ସହିତ କୋର୍ଟ କରିଛନ୍ତି। ଅନ୍ତିମ କାର୍ଯ୍ୟ ଦିବସରେ ଜଷ୍ଟିସ ମିଶ୍ର ଅତ୍ୟନ୍ତ ଭାବବିହ୍ୱଳ ରହିଥିଲେ; ତେଣୁ କୋର୍ଟ କାର୍ଯ୍ୟ ମାତ୍ର ୨୫ ମିନିଟ ପାଇଁ ହୋଇଥିଲା। ସନ୍ଧ୍ୟାରେ ସୁପ୍ରିମକୋର୍ଟ ଓକିଲ ସଂଘ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଦାୟକାଳୀନ ଉତ୍ସବରେ ଜଷ୍ଟିସ ମିଶ୍ର କହିଥିଲେ ଯେ ସେ କେବେହେଲେ ଲୋକଙ୍କୁ ସେମାନଙ୍କ ଇତିହାସକୁ ଆଧାର କରି ବିଚାର କରି ନଥାନ୍ତି; ବରଂ ଲୋକଙ୍କୁ ସେମାନଙ୍କ କାର୍ଯ୍ୟକଳାପ ଆଧାରରେ ବିଚାର କରିଥାନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ ସତ୍ୟର କୌଣସି ରଙ୍ଗ ନଥାଏ। ସତ୍ୟକୁ ଆମେ ସାହସର ସହିତ ଉପସ୍ଥାପନ କରିବା ଦରକାର। ଗରିବ ଆଖିର ଲୁହ ଓ ଧନୀ ଆଖିର ଲୁହ ମଧ୍ୟରେ କୌଣସି ପାର୍ଥକ୍ୟ ନଥାଏ। ତେଣୁ ଧନୀ ଓ ଗରିବ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖାଯିବା ଦରକାର। ସେ କହିଛନ୍ତି ଯେ ଯୁବକଙ୍କ ସ୍ୱରକୁ କେବେହେଲେ ହାଲ୍‍କା ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ। ଯୁବକଙ୍କ ଜ୍ଞାନକୁ ଆଦର କରାଯିବା ଦରକାର। ଓକିଲ ସଂଘର ଯୁବ ସଦସ୍ୟମାନେ ଆମର ସ୍ୱପ୍ନକୁ ସାକାର କରିଛନ୍ତି। ଜଷ୍ଟିସ ମିଶ୍ର କହିଛନ୍ତି ଯେ ଆମର ନ୍ୟାୟିକ ବ୍ୟବସ୍ଥା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟବସ୍ଥା। ଯୁବ ଓକିଲମାନେ ଏହି ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ସହାୟକ ହେବେ ବୋଲି ଜଷ୍ଟିସ ମିଶ୍ର ଆଶା ବ୍ୟକ୍ତି କରିଛନ୍ତି। ସେ କହିଛନ୍ତି ଯେ ନ୍ୟାୟର ମାନବିକ ଦୃଷ୍ଟିକୋଣ ଓ ମାନବିକ ଆକୃତି ରହିବା ଦରକାର।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories