www.samajalive.in
Saturday, December 13, 2025
26.1 C
Bhubaneswar

ଅଳ୍ପକେ ବର୍ତ୍ତିଲେ ୬୦ ମତ୍ସ୍ୟଜୀବୀ; ଭାସିଗଲା ଡଙ୍ଗା

ଛତ୍ରପୁର: ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବଡ଼ ଧରଣର ଅଘଟଣ ଘଟିଛି । ସମୁଦ୍ରକୁ ମାଛ ମାରି ଯାଇଥିବା ବେଳେ ୬୦ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ମୁତାବକ ୬୦ଜଣ ଯୁବକ ୬ଟି ଡଙ୍ଗା ଯୋଗେ ମାଛ ମାରିବାକୁ ସମୁଦ୍ର ଭିତରକୁ ଯାଇଥିଲେ । ମାଛ ମାରି ଫେରିବା ସମୟରେ ସମୁଦ୍ର ଅଶାନ୍ତ ହୋଇପଡ଼ିଥିଲା । ଫଳରେ ମତ୍ସ୍ୟଜୀବୀଙ୍କ ସମସ୍ତ ୬ଟି ଯାକ ଡଙ୍ଗା ବୁଡ଼ିଯାଇଥିଲା । ପରେ ମତ୍ସ୍ୟଜୀବୀ ମାନେ ପହଁରି ପହଁରି କୂଳରେ ଆସି ପହଞ୍ଚିଥିଲେ । ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ରହିଥିବା ବେଳେ ସମୁଦ୍ର ପାଣିରେ ମତ୍ସ୍ୟଜୀବୀଙ୍କ ଜାଲ, ଡଙ୍ଗା ଓ ମାଛ ଭାସିଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories