www.samajalive.in
Saturday, December 6, 2025
26.1 C
Bhubaneswar

ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂତନ କୁଳପତିଙ୍କୁ ସମ୍ବର୍ଦ୍ଧନା 

ଗୋପାଳପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ନୂତନ ବୈଠକ ଗୃହ ପରିସରରେ ସୋମବାର ଅପରାହ୍ନରେ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନୂତନ ଭାବେ ଯୋଗ ଦେଇଥିବା କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏଥିରେ କୁଳ ସଚିବ ପ୍ରଦୀପ ମିଶ୍ର, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି, ସମୂହ ମହାବିଦ୍ୟାଳୟ ଉନ୍ନୟନ ପରିଷଦର ଅଧକ୍ଷା ପ୍ରଫେସର ଅରୁନ୍ଧତୀ ରଥ ମଞ୍ଚାସିନ ଥିଲେ । ଆୟୋଜିତ ସମ୍ବର୍ଧନା  କାର୍ଯ୍ୟକ୍ରମକୁ ସହକୁଳ ସଚିବ ଡଃ ସରୋଜ କୁମାର ଦାଶ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ସଙ୍ଘର ସଭାପତି ପ୍ରଫେସର ସୁଧାକର ପାତ୍ର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘର ସଭାପତି ଉପେନ୍ଦ୍ର କୁମାର ପାଳ, ଅଣଶିକ୍ଷକ କର୍ମଚାରୀ ସଙ୍ଘର ସଭାପତି ଦୁର୍ଗା ଚରଣ ହୋତା ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କୁଳପତି ପ୍ରଫେସର ଦାଶ ବିଶ୍ୱବିଦ୍ୟାଳୟ ସୁଚାରୁ ରୁପେ ଚଳାଇବା ପାଇଁ ସମସ୍ତଙ୍କର ସହଯୋଗ ଲୋଡିଥିଲେ । ସମସ୍ତଙ୍କ ପ୍ରଚେଷ୍ଟା ରହିଲେ ବିଶ୍ଵବିଦ୍ୟାଳୟ ନିଶ୍ଚିତ ଭାବେ ଏ ପ୍ଲସ ପ୍ଲସ ପାଇପାରିବ ବୋଲି ମତପୋଷଣ କରିଥିଲେ । ଶେଷରେ ପ୍ରଫେସର ମାନସ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ଉପକୂଳ ସଚିବ ଡ଼ଃ ବାବୁଜି ସାମଲ, ପରୀକ୍ଷା ନିୟନ୍ତ୍ରକ ଡ଼ଃ ସୁରେନ୍ଦ୍ର ସେଠୀ, ବିତ୍ତ ନିୟନ୍ତ୍ରକ ଅଶୋକ କୁମାର ଧାଙ୍ଗଡ଼ାମାଝୀ ,ଛାତ୍ରବାସ ୱାଡେନ ପ୍ରଫେସର ପ୍ରସନ୍ନ ସ୍ୱାଇଁ, ଛାତ୍ରୀ ନିବାସ ୱାର୍ଡେନ ପ୍ରଫେସର ପୁଷ୍ପାଞ୍ଜଳି ସାମନ୍ତରାୟ, କ୍ୟ।ମ୍ପସ ସୁପରଭାଇଜର ଡ଼ଃ. ମିହିର ତ୍ରିପାଠୀ, ନିରାପତ୍ତା ଅଧିକାରୀ ରବୀନ୍ଦ୍ର ମଲ୍ଲିକ,ଗବେଷଣା ବିିିଭାଗର ଅଧିକାରୀ ଡ଼ଃ. ଶଙ୍କର ମାଝୀ,କୁୁଳପତିଙ୍କ ସଚିବ ମାର୍କଣ୍ଡ କ।ର୍ଜି, ଷ୍ଟେ ନୋ ଏ. ସୁରୀୟା ପ୍ରକାଶଙ୍କ ସମେତ ବହୁ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories