www.samajalive.in
Sunday, December 14, 2025
19.1 C
Bhubaneswar

ଚୋରା ପଥର ବୋଝେଇ ଟ୍ରାକ୍ଟର ଜବତ 

ବେଗୁନିଆ: ବେଗୁନିଆ ତହସିଲ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଥିବା ଶହ ଶହ ବେଆଇନ ପଥର ଖଣିରୁ ପଥର ମାଫିଆମାନେ ଦିନ ରାତି ପଥର ଖୋଳି ଚୋରା ଚାଲାଣ କରୁଥିବା ବେଳେ ପ୍ରଶାସନ ତରଫରୁ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏବେ ଗତ କିଛି ଦିନ ହେବ ତହସିଲ ଏବଂ ଥାନା ପକ୍ଷରୁ ଚଢ଼ାଉ କରାଯାଉ ନଥିବାରୁ ସେମାନେ ନିର୍ଭୟରେ ପଥର ଚୋରା ଚାଲାଣ କରୁଛନ୍ତି । ତହସିଲ ପ୍ରଶାସନ ତରଫରୁ ଏଠାରେ ୩ଟି ପଥରଖଣି ନିଲାମ ଦିଆଯାଇଥିବା ବେଳେ ବେଆଇନ ପଥର ଖଣିରୁ ପଥର ନେଇ ଯାଉଥିବା ଗାଡିବାଲା ନିଲାମଧାରୀଙ୍କଠାରୁ ୱାଇ ଫର୍ମ ବହୁ ମୂଲ୍ୟରେ ନେଇ ତାରିଖ ନପକାଇ ପଥର ଚୋରା ଚାଲାଣ କରୁଛନ୍ତି । ନିଲାମଧାରୀଙ୍କ ଖଣିରୁ ପଥର ନନେଇ ହଜାର ହଜାର ଟଙ୍କା ବିନିମୟରେ ୱାଇ ଫର୍ମ ନେବା ଯୋଗୁଁ ନିଲାମଧାରୀ ମଧ୍ୟ ମାଲା ମାଲ ହେଉଛି । ତେଲି ତେଲିଆ ଏକାଠି ହେବା ଦ୍ୱାରା ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନି ହେଉଛି । ନିଲାମ ଦିଆ ଯାଇନଥିବା ବେଆଇନ ପଥର ଖଣି ଗୁଡିକରୁ ଭୋର ସମୟରେ ଶହ ଶହ ପଥର ବୋଝେଇ ଟ୍ରକ ବିଭିନ୍ନ ଅଞ୍ଚଳକୁ ଯାଉଥିବାବେଳେ ଆଜି ଭୋର ୪.୩୦ରେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ, ସୁପରଭାଇଜର କୃଷ୍ଣଚନ୍ଦ୍ର ମହାପାତ୍ର, ଶୁଭଙ୍କର ମାଝୀ ଏବଂ ସଞ୍ଜୟ ସେନାପତି ପ୍ରମୁଖ ପଥର ଗାଡି ଗୁଡିକ ଧରିବା ପାଇଁ ଯାଇଥିବାବେଳେ ସେମାନେ ଖବର ପାଇ ଅନ୍ୟ ରାସ୍ତାରେ ପଳାଇଯାଇଥିଲେ। ବେଗୁନିଆ ପରିଚ୍ଛଳ ଏବଂ ଓଗାଳପୁର ରାସ୍ତାରେ ବେଗୁନିଆ ଆର ଆଇ ବିଜୟକୁମାର ମାର୍ଥା ଏବଂ ଅମିନ ବୁଟୁ ସାହୁ ପଥର ବୋଝେଇ ଗାଡି ଜବତ କରିବା ପାଇଁ ଯାଉଥିବାବେଳେ ୩ ଟି ପଥରବୋଝେଇ ଗାଡିକୁ ଦେଖି ଅଟକାଇଥିଲେ । କିନ୍ତୁ ସେଥିମଧ୍ୟରୁ ୨ଟି ଗାଡି ଖସି ପଳାଇଯାଇଥିବା ବେଳେ ଗୋଟିଏ ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରି କାର୍ୟ୍ୟାଳୟକୁ ଆଣିଥିବା ଜଣାପଡିଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories