www.samajalive.in
Sunday, December 14, 2025
15.1 C
Bhubaneswar

ମରାମତି ହେଉନାହିଁ ଅପନ୍ତରା ହୋଇ ପଡ଼ିଥିବା ଲଇଡା-ନୂଆଁପାଲି ରାସ୍ତା

ରେଙ୍ଗାଲି: ସରକାର ଗ୍ରାମାଞ୍ଚଳରେ ଗମନାଗମନର ସୁବିଧା କରାଇବାକୁ ରାସ୍ତାଘାଟର ଉନ୍ନତି ପାଇଁ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି। କିନ୍ତୁ ବିଡମ୍ବନାର ବିଷୟ ଯେ, ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ଅନ୍ୟତମ ବୃହତ୍ତମ ଗ୍ରାମ ଲଇଡାରୁ ଭାଗିପାଲି, ନୂଆଁପାଲି ଗ୍ରାମ ଦେଇ ଫାଶିମାଲ ଅଞ୍ଚଳକୁ ସଂଯୋଗ କରୁଥିବା ଗ୍ରାମ୍ୟ ବିଭାଜନ ବିଭାଗ ଅଧିନରେ ଥିବା ରାସ୍ତା ବର୍ଷାଧିକ କାଳ ହେଲା ଅସଂଖ୍ୟ ଖାଲଖମାରେ ପରିପୂର୍ଣ୍ଣ ହୋଇ ଅପନ୍ତରା ଅବସ୍ଥାରେ ପଡ଼ି ରହିଛି। ମାତ୍ର ଏହାର ମରାମତି ହେଉନାହିଁ। ବହୁ ସ୍ଥାନରେ ରାସ୍ତା ଉପରୁ ପିଚୁ ଉଠିଯାଇ ମେଟାଲଗୁଡିକ ଜଳ ଜଳ ହୋଇ ଦେଖାଯଉଛି। ଫଳରେ ଏହି ରାସ୍ତା ଉପରେ ଯତାୟତ ପାଇଁ ନିର୍ଭର କରୁଥିବା ଜନସାଧରଣ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂଚିତ ଯେ, ଏହି ରାସ୍ତା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଇଡା ପଞ୍ଚାୟତ ଅଫିସ, ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ, ବାଳିକା ଏବଂ ବାଳକ ହାଇସ୍କୁଲ, ପଶୁ ଚିକିତ୍ସା କେନ୍ଦ୍ର, ଲଇଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ଲଇଡା ମହାବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର ଆଦି ଗୁରୁତ୍ୱପୂର୍ଣ୍ଣ ସରକାରୀ ଅଫିସ ଏବଂ ଶିକ୍ଷାନୁଷ୍ଠାନ ରହିଛି। ଏହି ରାସ୍ତା ମହଦା, ବିଜାଗୁଡା, କେନାଢିପା, ବେଳୁଆମାଲ ଦେଇ ଫାଶିମାଲକୁ ସଂଯୋଗ କରୁଛି। ଏହି ରାସ୍ତା ଦେଇ ଏକାଧିକ ଯାତ୍ରୀବାହୀ ବସ୍‍ ମଧ୍ୟ ଯାତାୟତ କରୁଛି। ଲଇଡା ଅଞ୍ଚଳ ମହଦା, ବୁଜାଗୁଡା, କେନାଢିପା, ରେଳୁଆମାଲ, ଫାଶିମାଲ, କସଡା, ଖଇର ଡିହି, ଗରିଆବାହାଲ ଆଦି ଅଞ୍ଚଳର ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଏହି ରାସ୍ତା ଉପରେ ଯାତାୟାତ ପାଇଁ ନିର୍ଭର କରିଥାନ୍ତି। ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅପନ୍ତରା ହୋଇ ପଡ଼ିଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଶୀଘ୍ର ମରାମତି ବ୍ୟବସ୍ଥା କରିବାକୁ ଦାବୀ ହେଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories