www.samajalive.in
Sunday, December 14, 2025
23.1 C
Bhubaneswar

ବାସ୍ତୁ ଉପାୟ ; ଆପଣାଇଲେ ହେବେ ଲାଭବାନ୍‍

ବାସ୍ତୁଶାସ୍ତ୍ର ଅନୁଯାୟୀ ଅନ୍ୟମାନଙ୍କର କେତେକ ଦ୍ରବ୍ୟ ବ୍ୟବହାର କରିବା ଉଚିତ ନୁହେଁ। କାରଣ ଏହା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଜାଣନ୍ତୁ ବାସ୍ତୁ ଅନୁଯାୟୀ ଅନ୍ୟମାନଙ୍କର କେଉଁ ଦ୍ରବ୍ୟକୁ ବ୍ୟବହାର କରିବା ଅନୁଚିତ…….
କଲମ –
ଯହି ଆବଶ୍ୟକ ସମୟରେ ଆପଣ ଅନ୍ୟ କାହାର କଲମ ନେଉଛନ୍ତି ତେବେ ସେହି ବ୍ୟକ୍ତିଙ୍କୁ ତାଙ୍କ କଲମ ନିଶ୍ଚୟ ଫେରାନ୍ତୁ। କଲମ ଫେରସ୍ତ ନ କରିବା ଦ୍ୱାରା ଏହା ଆପଣଙ୍କ ଆର୍ଥିକ ସ୍ଥିତି ଉପରେ କୁପ୍ରଭାବ ପକାଇଥାଏ।
ବିଛଣାର ବ୍ୟବହାର –
କେବେ ମଧ୍ୟ ଅନ୍ୟ କାହାର ବିଛଣା କିମ୍ବା ଶୋଇବା କକ୍ଷର ବ୍ୟବହାର କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ ଧନସମ୍ପତ୍ତିର କ୍ଷୟ ହେବା ସହ ଅଶାନ୍ତି ଲାଗି ରହିଥାଏ।
ମିଳିଥିବା ଉପହାର –
ଯଦି ଆପଣଙ୍କୁ କେହି କୌଣସି ଦ୍ରବ୍ୟ ଉପହାର ଦେଉଛି ତେବେ ସେହି ଦ୍ରବ୍ୟକୁ ଆପଣ ଅନ୍ୟ କାହାକୁ ଉପହାର ଦିଅନ୍ତୁ ନାହିଁ। ଏତଦ ବ୍ୟତୀତ ଯଦି କୌଣସି ବସ୍ତୁ ଆପଣଙ୍କ ସୌଭାଗ୍ୟ ସହ ଜଡ଼ିତ ତାହାକୁ ମଧ୍ୟ ଅନ୍ୟ କାହାକୁ ଉପହାର ଦିଅନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ନିକଟରୁ ଉଭୟ ସକରାତ୍ମକ ଓ ନକରାତ୍ମକ ଶକ୍ତି ଚାଲିଯାଇଥାଏ। ଆପଣଙ୍କ ଜୀବନ ଉପରେ ମଧ୍ୟ ଏହାର ପ୍ରଭାବ ଦେଖାଯାଏ।
ଘଣ୍ଟା –
ବାସ୍ତୁ ଅନୁଯାୟୀ ଅନ୍ୟ କାହାର ଘଣ୍ଟା ନିଜ ହାତରେ ପିନ୍ଧନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କୁ ସଫଳତା ପ୍ରାପ୍ତି ହୋଇନଥାଏ। ଆପଣଙ୍କ ପରିଶ୍ରମ ମଧ୍ୟ ବୃଥା ହୋଇଥାଏ।
ଅନ୍ୟର ବସ୍ତ୍ର ପରିଧାନ କରନ୍ତୁ ନାହିଁ –
ଅନ୍ୟ ବସ୍ତ୍ର ପରିଧାନ କରିବା ଦ୍ୱାରା ସେହି ବ୍ୟକ୍ତିର ନକରାତ୍ମକ ଶକ୍ତି ଆପଣଙ୍କ ନିକଟକୁ ଆସିଥାଏ। ତେଣୁ ଅନ୍ୟର ବସ୍ତ୍ର ପିନ୍ଧିବା ଉଚିତ ନୁହେଁ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories