www.samajalive.in
Sunday, December 14, 2025
26.1 C
Bhubaneswar

ସୋମବାର ରାଶିଫଳ (୦୯/୦୫/୨୦୨୨)

ମେଷ: ମୂଲ୍ୟବାନ୍‌ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ବିନୟୀ ସ୍ବଭାବର ହେବେ। ପ୍ରଥିତ ପ୍ରତାପ ସମ୍ପନ୍ନ ହୋଇପାରନ୍ତି। ଦୃଢ଼ ପୌରୁଷର ଅଧିକାରୀ ହୋଇପାରନ୍ତି।
ବୃଷ: ଜନସାଧାରଣଙ୍କ ଆଦର ଓ ସମ୍ମାନର ପାତ୍ର ହେବେ। କୌଶଳରେ କାର୍ଯ୍ୟ ହାସଲ କରିବେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଅର୍ଥ ପ୍ରାପ୍ତ ହେବେ। ସନ୍ମାର୍ଗୀ ହେବେ। ଧନବାନ୍‌ ହୋଇପାରନ୍ତି।
ମିଥୁନ: ଅତିଥି ପରାୟଣ ହେବେ। ଧୈର୍ଯ୍ୟର ସହ ସଂଘଟିତ ହେଉଥିବା ବିପଦର ମୁକାବିଲା କରିବାରେ ପାରଙ୍ଗମ ହେବେ। ଗୁରୁ ଗୌରବ ଅର୍ଜନ କରିପାରନ୍ତି। ଦିନଟିରେ ସତର୍କତାର ସହ ଚଳିବାକୁ ପଡ଼ିବ।
କର୍କଟ: ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଯାହା ଘଟଣା ଘଟିବ; ସୁଖବୋଧ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସୁସ୍ବାଦୁ ଭୋଜନ ସହ ଆନନ୍ଦ ଉପଭୋଗ କରିବେ। ରାଜନୀତିରେ ପାରଙ୍ଗମ ହେବେ।
ସିଂହ: ବନ୍ଧୁଙ୍କ ସହିତ ସମ୍ପର୍କର ଖିଅ ଦୃଢ଼ ରହିବ। ସୁଖ-ସମ୍ଭୋଗର ଦିନଟି ଆଜି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
କନ୍ୟା: ସଂଗଠନର ନେତୃତ୍ବ ନେଇପାରନ୍ତି। ଧନ, ଜନ, ଗୋପ, ଲକ୍ଷ୍ମୀ ପ୍ରାପ୍ତିର ସୂଚନା ମିଳୁଛି। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବସମ୍ପନ୍ନ ହେବେ। ମନ୍ତ୍ରଣାଦାତା ଓ କାବ୍ୟକର୍ତ୍ତା ହୋଇପାରନ୍ତି।
ତୁଳା: ଶତ୍ରୁନାଶ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। କାର୍ଯ୍ୟ ଯେତେ ବଡ଼ କଠିନ ହେଉନା କାହିଁକି କଳେ, ବଳେ, କୌଶଳେ ସମ୍ପାଦିତ କରିବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିବାର ସୂଚନା ମିଳୁଛି।
ବିଛା: ସୌଭାଗ୍ୟ ବୃଦ୍ଧି ସହ ସୁଫଳ ମିଳିବ। ନିରୀହ ହେବେ। ପ୍ରମାଦହୀନ ହୋଇପାରନ୍ତି। ସାଧୁସେବାରୁ ନୂତନ କର୍ମର ଅଭ୍ୟୁଦୟ ହେବ। ବହୁ ମିତ୍ରଙ୍କ ସହାୟତା ପ୍ରାପ୍ତ ହେବେ। ଅସାଧ୍ୟସାଧନ କରିବେ।
ଧନୁ: ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ଦ୍ରବ୍ୟ ଲାଭ ହୋଇପାରେ। ସମ୍ମାନିତ ହେବେ। ଯାନବାହନାଦିରୁ ସୁଖଭୋଗ କରିବେ। ସରକାରୀ ଅନୁଗ୍ରହରୁ ବହୁ ସମ୍ପଦ ପ୍ରାପ୍ତ ହେବେ।
ମକର: କାନ୍ତାନୁରକ୍ତ ହୋଇପାରନ୍ତି। ପୁରୁଷ ସ୍ବଭାବର ହେବେ। ପର ଧନ ଲବ୍ଧ ହୋଇପାରନ୍ତି। ଖାଦ୍ୟପେୟରେ ମନ ଊଣା କରିପାରନ୍ତି। ଯେଉଁ ଧନ ମିଳିବ; ତାହା ଗ୍ରହଣ କରିବା ନେଇ ଚିନ୍ତିତ ହେବେ।
କୁମ୍ଭ: ଶୁଭ ସମାଚାର ପାଇ ଭାବବିହ୍ବଳ ହୋଇପାରନ୍ତି। କାର୍ଯ୍ୟନିର୍ବାହ କରିବାରେ ପାରଙ୍ଗମ ହେବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ହର୍ଷଯୁକ୍ତ, ବିଶୁଦ୍ଧ ଭାଷୀ, ଧନଶାଳୀ ହୋଇପାରନ୍ତି। ସୁସ୍ଥ ରହିବେ।
ମୀନ: ନାନା ସୁଖ ପ୍ରାପ୍ତି ସହ ବିଶାଳ ଯଶର ଅଧିକାରୀ ହେବେ। ଦାନଶୀଳ ହୋଇପାରନ୍ତି। ଶତ୍ରୁକୁ ପରାଜିତ କରିବାରେ ସକ୍ଷମ ହେବେ। ବାକ୍‌ ପଟୁ ହେବେ। ପୁଣ୍ୟଦେହୀ ଓ ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories