ଶ୍ରୀରାମ ରାଜ୍ୟ ତୈଳିକ ବୈଶ୍ୟ ସମାଜର ଅଧିବେଶନ

ଆଠଗଡ :  ଶ୍ରୀରାମ ରାଜ୍ୟ ତୈଳିକ ବୈଶ୍ୟ ସମାଜର ଏକାଦଶ ସାଧାରଣ ଅଧିବେଶନ ନିଳକଣ୍ଠ ସାହିର ତତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ପ୍ରମୋଦ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାଧାରଣ ଅଧିବେଶନରେ ତୈଳିକ ବୈଶ୍ୟ ସମାଜର ସଦର ବେହେରା ଧରଣୀଧର ସାହୁ, ଉପସଭାପତି ପ୍ରକାଶ କୁମାର ସାହୁ, ସଂପାଦକ ଧନେଶ୍ୱର ସାହୁ, ସହସଂପାଦକ ସୁଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ବୈକୁଣ୍ଠ ବିହାରୀ ସାହୁ, ସମୀକ୍ଷକ ମାୟାଧର ସାହୁ, ଆଇନ କମିଟି ସଭ୍ୟ ସୁରେନ୍ଦ୍ର କୁମାର ସାହୁ, ଶିକ୍ଷା କମିଟି ସଭ୍ୟ ଅଶୋକ କୁମାର ସାହୁ, ଉପଦେଷ୍ଟା କମିଟି ସଦସ୍ୟ ନିଳାଦ୍ରୀ ବିହାରୀ ସାହୁ ଓ ଗୁଣନିଧି ସାହୁଙ୍କ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ। ମଞ୍ଚାସୀନ ଅତିଥିଗଣ ତୈଳିକ ବୈଶ୍ୟ ସମାଜର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ, ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ପ୍ରଦାନ, ଗରିବ ଜାତିଭାଇଙ୍କୁ ସହାୟତା ଏବଂ ଜାତିଭାଇଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଅରକ୍ଷିତ ସାହୁ ଶିକ୍ଷାବୃତ୍ତି ୨୦୧୯-୨୦ ଓ ୨୦୨୦-୨୧ ପାଇଁ ୨ଜଣ ଛାତ୍ରଙ୍କୁ ମାନପତ୍ର ସହ ୨୦୦୦ଟଙ୍କା ଲେଖାଏଁ ଜଗନ୍ନାଥ ଶିକ୍ଷାବୃତ୍ତି ଜଣକୁ, ମାୟାଧର ସାହୁ ଶିକ୍ଷାବୃତ୍ତି ୨ଜଣଙ୍କୁ, କୁମୁଦିନି ଶିକ୍ଷାବୃତ୍ତି ଜଣେ ବିଦ୍ୟାର୍ଥୀଙ୍କୁ, ନିରୁପମା ଓ ସଦାନନ୍ଦ ଶିକ୍ଷାବୃତ୍ତି ୩ଜଣଙ୍କୁ ଏବଂ ୫୦ଜଣଙ୍କୁ କାଶୀ ବିଶ୍ୱନାଥ ଶିକ୍ଷାବୃତ୍ତି ପ୍ରଦାନ କରାଯାଇଥିଲା।

prayash

ଏଥି ସହିତ ଆଗାମୀ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ସର୍ବସମ୍ମତ କ୍ରମେ ମନୋନୟନ କରାଯାଇଥିଲା। ସଦର ବେହେରା ଭାବେ ପୁନର୍ବାର ଧରଣୀଧର ସାହୁଙ୍କୁ, ଉପଦେଷ୍ଟା ଭାବେ ପ୍ରମୋଦ କୁମାର ସାହୁଙ୍କୁ ମନୋନୀତ କରାଯାଇଥିବାବେଳେ ସଭାପତି ପ୍ରକାଶ କୁମାର ସାହୁ, ଉପସଭାପତି ପ୍ରଦୀପ ସାହୁ, ସଂପାଦକ ମାୟାଧର ସାହୁ, ସହସଂପାଦକ ସୁବାସ କୁମାର ସାହୁ, କୋଷାଧ୍ୟକ୍ଷ ଅଭିରାମ ସାହୁ, ସମୀକ୍ଷକ ବୈକୁଣ୍ଠ ବିହାରୀ ସାହୁ, ଆଇନ କମିଟି ସଭ୍ୟ ସୁଶାନ୍ତ କୁମାର ସାହୁ ଓ ଶିକ୍ଷାକମିଟି ସଦସ୍ୟ ଭାବେ ସୁରେନ୍ଦ୍ର କୁମାର ସାହୁ ମନୋନୀତ ହୋଇଥିଲେ। ନବନିର୍ବାଚିତ ସଭାପତି ପ୍ରକାଶ କୁମାର ସାହୁ ଉଦ୍‍ବୋଧନ ଦେଇ ଆଗାମୀ ଦିନରେ ସମାଜ ପକ୍ଷରୁ ଗ୍ରହଣ କରାଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ଏଥି ସହିତ ଆସନ୍ତା ବର୍ଷର ସାଧାରଣ ସଭାପାଇଁ ସ୍ଥିରୀକୃତ ସ୍ଥାନ ମଞ୍ଜାରୀପଦାର ସାହିବେହେରା ଖୋଳ କିର୍ତ୍ତନ ଓ ହରିବୋଲ ଧ୍ୱନି ମଧ୍ୟରେ ସୁଜା ଗ୍ରହଣ କରିଥିଲେ । ପ୍ରାରମ୍ଭରେ ତୈଳିକ ବୈଶ୍ୟ ସମାଜର ଛୋଟ ଛୋଟ ପିଲାମାନେ ପ୍ରାରମ୍ଭିକ ସ୍ୱାଗତ ସଂଗୀତ ଏବଂ ଶେଷରେ ବିଦାୟ ସଂଗୀତ ଗାନ କରିଥିଲେ।

kalyan agarbati

Comments are closed.